ଏହାର ଉଦେଶ୍ୟ ବିଶ୍ୱ ଶାନ୍ତି ଓ ବାୟୁମଣ୍ଡଳ ପ୍ରଦୂଷଣରୁ ମୁକ୍ତି । ସବୁ ମଠ ମନ୍ଦିରରେ ଦୀପ ଦାନ କରନ୍ତୁ । ପ୍ରତି ଘରେ ଘରେ ଦୀପ ଲଗାନ୍ତୁ । କେମିତି ବିଶ୍ୱର ମଙ୍ଗଳ ହେବ ସେହି ଉଦେଶ୍ୟରେ ଏହି ଦୀପ ଦାନ ଉତ୍ସବ ପାଳନ ହେବ । ବହୁଳ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଛନ୍ତି ସଙ୍ଗଠନର ସଭାପତି ।
ଏହା ତିନି ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଏ । ଏହି ତିନି ଦିନ ଶ୍ରୀ ଜଗନ୍ନାଥ ଶ୍ରାଦ୍ଧା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ମାର୍ଗଶୀର ମାସ ଚତୁଦର୍ଶୀରୁ ଏହା ଆରମ୍ଭ ହୋଇଥାଏ । ଦେବଦେୀବାବଳୀ ଅମାବାସ୍ୟା ମାର୍ଗଶୀର ଶୁକ୍ଳ ପ୍ରତିପଦାରେ ଶେଷ ହୁଏ ବୋଲି କହିଛନ୍ତି ବାସ୍ତୁବିତ ।