ତେଣୁ ରାଜ୍ୟ ସରକାରଙ୍କ ପାଖରୁ ହାଇକୋର୍ଟ ବେଞ୍ଚ ନେଇ ବର୍ତ୍ତମାନ କୌଣସି ପ୍ରସ୍ତାବ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି ରିଜିଜୁ । ଏହା ପରେ ହାଇକୋର୍ଟ ବେଞ୍ଚ ନେଇ ରାଜ୍ୟ ସରକାର କେବଳ ଭେଳିକି ଦେଖାଉଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ମଧ୍ୟ ତତ୍କାଳୀନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବର୍ତ୍ତମାନର ଆଇନ ମନ୍ତ୍ରୀ କିରଣ ରିଜିଜୁ ଚିଠି ଲେଖି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ବେଞ୍ଚ ପାଇଁ ସ୍ଥାନ ନିରୂପଣ ପାଇଁ କହିଥିଲେ । ମାତ୍ର କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଏଯାଏଁ କୌଣସି ପ୍ରକାର ଉତ୍ତର ଦେଇ ନାହାନ୍ତି ରାଜ୍ୟ ସରକାର।
ଓଡିଶା ଖବର ଆହୁରି ପଢନ୍ତୁ