ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ 15 ଦିନରେ 9 ଥର ପ୍ରଵେଶ କରିବା ସହ ଆଦିବାସୀ ଦେଉଛନ୍ତି ଲୋଭନୀୟ ଅଫର । ନିର୍ବାଚନରେ ଆଦିବାସୀ ଭୋଟ ହାତେଇ ନେବା ପାଇଁ ମୌକା ନେବାର ପୁରା ଷଡ଼ଯନ୍ତ୍ର କରୁଥିବା ବେଳେ ଆମେ ବାରମ୍ବାର ଗ୍ରାଉଣ୍ଡ ରିପୋର୍ଟକୁ ସବୁବେଳେ ଓଡ଼ିଶା ପ୍ରଶାସନ ନଜରକୁ ଆଣିଛୁ ।
ଆଉ ଏହି ଦୃଶ୍ୟ କୋଟିଆର ରାତି । ଜହ୍ନ ଆଲୁଅରେ କୋଟିଆର ଚିତ୍ରକୁ କ୍ୟାମେରାରେ କଏଦ କରିଛୁ ।
ଲୋକେ କେମିତି ପାଇବେ ମେଡିକାଲ ସେବା
ରାତି ଅଧରେ ରୋଗୀ ଆସିଲେ ସେମାନଙ୍କୁ ଚିକିତ୍ସା ସେବା ମିଳି ପାରିବ ତ
କୋଟିଆରେ ବିକାଶ ହୋଇଛି ବାଟବଣା । ରାଜ୍ୟ ସରକାରଙ୍କ ଅବହେଳା ଓ ଅପାରଗତା ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ବିଦ୍ୟୁତ୍ କାଟରେ ଶୁନଶାନ୍ କୋଟିଆ ଗାଁ । ବିଦ୍ୟାଳୟ ପିଲା ରାତିରେ ଡିବି ଜଳାଇ ପାଠ ପଢୁଛନ୍ତି । ଯାହା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।
ସରକାରଙ୍କ ବିକାଶ ନାରାକୁ ଶକ୍ତ ଚଟକଣା । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ଲୋକେ ଭୋଗୁଛନ୍ତି କଷଣ । ହେଲେ 24 ବର୍ଷ ସରକାରରେ ଥିବା ବିଜେଡି ସରକାର ବିଜ୍ଞାପନ ମାଧ୍ୟମରେ ମାରୁଛନ୍ତି ଭାଷଣ ।
ଆହୁରି ପଢନ୍ତୁ ଓଡିଶା ଖବର...