ହ୍ରାସ ପାଉଛି ଓଡ଼ିଶାରେ ନବୀନ ସରକାରର ଲୋକପ୍ରିୟତା । ଟାଇମ୍ସ ନାଓ ଜନମତ ସର୍ଭେରେ ସାମ୍ନାକୁ ଆସିଥିବା ବଡ଼ ତଥ୍ୟ ଦେଖିଲେ, ବିଜେପି ଲୋକସଭାରେ ୧୧ ଓ ବିଜେଡି ଖାତାକୁ ଯିବ ମାତ୍ର ୯ ଟି ଆସନ...ଏହାସହ କଂଗ୍ରେସକୁ ମାତ୍ର 9.6 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ମିଳିବ । ତେବେ ୨୦୧୪ ରେ ସମାନ ୪୪.୮ ପ୍ରତିଶତ ଭୋଟ ପାଇ ୨୦ ଆସନ ଦଖଲ କରିଥିଲା ବିଜେଡ଼ି । ସର୍ଭେ ଅନୁସାରେ ନବୀନ ସରକାରର ପ୍ରଦର୍ଶନରେ ୪୩ ପ୍ରତିଶତ ଭୋଟର ଅସନ୍ତୁଷ୍ଟ। 24% ଭୋଟର ଖୁବ୍ ସନ୍ତୁଷ୍ଟ,31% ଭୋଟର ସାମାନ୍ୟ ସନ୍ତୁଷ୍ଟ ।
ତେବେ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ୧୨ଟି ଆସନ ସହ 42.76 ପ୍ରତିଶତ ଭୋଟ ପାଇଥିଲା । ବିଜେପି 8 ଟି ଆସନ କବଜା କରିଥିବା ବେଳେ ଦଳର ଭୋଟ ହାର ଥିଲା 38.37... କଂଗ୍ରେସ 14.73 ପ୍ରତିଶତ ଭୋଟ ସହ ଗୋଟିଏ ଆସନ ଜିତିଥିଲା। ଏଥର ଟାଇମ୍ସ ନାଓ ସର୍ଭେରେ କଂଗ୍ରେସର ଭୋଟ ହାର ପାଖାପାଖି 5 ପ୍ରତିଶତ କମୁଥିବା ବେଳେ ବିଜେଡିର 2 ପ୍ରତିଶତ କମୁଛି । ଯାହାକୁ ନେଇ ଚିନ୍ତାରେ ବିଜେଡି ସରକାର ।
ମୋଟ୍ ଉପରେ, କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ପାଇଁ ଓଡ଼ିଶାରେ ବଢୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା । ଅନ୍ୟପଟେ ଦୀର୍ଘ ଦିନର ଶାସନ ଯୋଗୁ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମିଛି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପରେ ଅର୍ପଣ ରଥ ବିବାଦ, କଲେଜଗୁଡିକରେ ନୂଆ ଓ କାର୍ଯ୍ୟକ୍ରମ କରି ଶିକ୍ଷାର ବାତାବରଣକୁ ନଷ୍ଟ କରିବା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା, ଏଭଳି ନାନା ପ୍ରସଙ୍ଗରେ ବିବାଦରେ ଛନ୍ଦି ହୋଇଛନ୍ତି ରାଜ୍ୟ ସରକାର। ଏହା ବାଦ୍ ଦୁର୍ନୀତି, ପିସି କାରବାର, ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ରହିଛି...ତେଣୁ ୨୪ ନିର୍ବାଚନରେ ବିଜେଡିକୁ ଉଚିତ ଜବାବ ମିଳିବ ବୋଲି ଲୋକେ କହିଲେଣି ।