ସେ ଜଣେ ସ୍ନେହୀ ଓ ଅମାୟିକ ବ୍ୟକ୍ତିତ୍ୱ ସ୍ୱଭାବର ଥିଲେ । ଭାରତୀୟ ରାଷ୍ଟ୍ରଦୂତ ଭାବରେ ତାଙ୍କର କାର୍ୟ୍ୟ ଅକଳ୍ପନୀୟ ଥିଲା । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଙ୍କର ଉଦ୍ୟମ ସବୁ ଦିନ ପାଇଁ ସ୍ମରଣୀୟ ହୋଇରହିବ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। ଓଁ ଶାନ୍ତି...
ଅବସର ବେଉରିଆ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି ଅବସର ବେଉରିଆ। ତାଙ୍କ ଦେହାନ୍ତରେ ସବୁରି ମହଲରେ ଦୁଃଖର ଛାୟୀ ଖେଳିଯାଇଛି।
ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଅବସର ବେଉରିଆଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିକଟରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ଉନ୍ମୋଚନ ସମୟରେ ତାଙ୍କ ସହ ମୋର ସାକ୍ଷାତ୍ ହୋଇଥିଲା । ଆଜି ତାଙ୍କ ନିଧନ ଖବରକୁ ମୁଁ ସହଜରେ ବିଶ୍ୱାସ କରିପାରୁନାହିଁ । pic.twitter.com/5kwjokpuz2 — Dharmendra Pradhan (@dpradhanbjp) November 17, 2022