ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରତି ବୁଥରୁ ବିଜେପି କର୍ମୀ ଆସିବେ l ଦଶ ହଜାର କର୍ମୀଙ୍କୁ ନେଇ ନିର୍ବାଚନୀ ସାଧାରଣ ସଭା ହେବା ନେଇ କାର୍ଯ୍ୟକ୍ରମ ରହିଛି l ଏହାସହ ଖଡ଼ିଆଳ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜିରେ ଜନସଭାକୁ କରିବେ ସମ୍ବୋଧନ। ଟିଟଲାଗଡ଼ ଓ ଲୋଇସିଂହାରେ ବି ସାଧାରଣସଭାରେ କରିବେ ଯୋଗଦାନ। ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର। ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ ବିଦ୍ୟୁତ ସଟସର୍କିଟ ଘଟି ପଞ୍ଚାୟତ ସମିତି ସଭାଗୃହ ଠାରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସଭାଗୃହ ଜଳିପୋଡି ପାଉଁଶ ହୋଇଯାଇଛି।
ଅଧିକ ପଢନ୍ତୁ : ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ସଭାଗୃହ ମଧ୍ୟରେ ଥିବା ଦୁଇଟି ଏସି, ଚାରୋଟି ହ୍ୟାଙ୍ଗିଙ୍ଗ ଫ୍ୟାନ, କୋଡିଏ ରୁ ଉର୍ଦ୍ଧ ଚେୟାର, ଓ ସଭାଗୃହ ଛାତ ସିଲିଂ ନିଆଁରେ ଜଳି ଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଣାଇ ଓ ରାଜଗାଙ୍ଗପୁରରେ ଜନସଭାକୁ କରିବେ ସମ୍ବୋଧନ ।
ଅଧିକ ପଢନ୍ତୁ : ରାଜଧାନୀରେ ଡ୍ରିମଗାର୍ଲ, ବିଜେପିର ଷ୍ଟାରକ୍ୟାମ୍ପନର ହେମାମାଳିନୀ
ଗତକାଲି ଭୁବନେଶ୍ବର ସାଲିଆସାହିରେ ନିର୍ବାଚନୀ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ହେମାମାଳିନୀ । ଏହାପରେ ଭୁବନେଶ୍ବର କଟକରେ ରହିଥିଲା ଦଳୀୟ କାର୍ଯ୍ୟକ୍ରମ । ସେହିପରି ଗତକାଲି କଟକ ଲୋକସଭା କ୍ଷେତ୍ର ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ଲୋକସଭା ପାର୍ଥି ଭର୍ତ୍ତୃହରି ମହତାବ ଓ କଟକ ବାରବାଟି ବିଧାନସଭା ପାର୍ଥି ଡ଼ଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲାଗି ଜୋରଦାର ପ୍ରଚାର କରିଥିଲେ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ,ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା ନ ଯିବା ପ୍ରସଙ୍ଗରେ ବିଜେଡି ସରକାର ଙ୍କୁ ସିଧା ନିଶାନା କରିଥିଲେ ରେଳମନ୍ତ୍ରୀ। ଓଡ଼ିଆ ଅସ୍ମିତା ଆଜି ବିପଦରେ ତାକୁ ବଞ୍ଚାଇବାକୁ ପଡିବ ଆହ୍ୱାନ ଦେଇ ଏଥର ପରିବର୍ତ୍ତନ ହେବ ଓ ବିଜେଡି ସରକାରର ପତନ ନିଶ୍ଚିତ ବୋଲି କହିଥିଲେ ଅଶ୍ୱିନୀ।
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ । ବନାରସ, ଓ ବୃନ୍ଦାବନ ଦର୍ଶନ ସାରି ଫେରୁଥିବା ସୂଚନା ରହିଛି । ବସରେ ନିଆଁ ଲାଗିବା ସ୍ଥାନର ସ୍ଥାନୀୟ ଲୋକେ ଏହି ବସକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ଶେଷରେ ଜଣେ ଯୁବକ ବାଇକ ପଛରେ ଚିତ୍କାର କରି ଡ୍ରାଇଭରକୁ କହିବା ପରେ ବାକି ଜଣଙ୍କୁ ବସରୁ ଉଦ୍ଧାର କରାଯାଇଥିଲା । ହେଲେ ୮ଜଣ ଜୀବନ୍ତ ଦଗ୍ଘ ହୋଇଯାଇଥିଲେ ।