ଅଧିକ ପଢନ୍ତୁ :ଅପହରଣ ପରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପୋଡ଼ିକରି ହତ୍ୟା
ଏହା ସରକାର ଦାବି କରୁଥିବା ଆଇନବ୍ୟବସ୍ଥାର ପୋଲ୍ ଖୋଲି ଦେଇଛି। ନା ରାଜ୍ୟର ଜନସାଧାରଣ ନା ଜନପ୍ରତିନିଧି ରାଜ୍ୟରେ କେହି ବି ସୁରକ୍ଷିତ ନୁହଁନ୍ତି। ଏହିଭଳି ଜଘନ୍ୟକାଣ୍ଡ ରାଜ୍ୟରେ ଘଟି ଚାଲିଛି, ବିଶେଷ କରି ଝାରସୁଗୁଡାରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମର୍ଥଙ୍କ ପରିବାର ପାଇଁ ଯେତେ ପରିମାଣର ଶାନ୍ତ୍ୱନା ଓ ସମବେଦନା ଦେଲେ ବି ଯଥେଷ୍ଟ ନୁହେଁ। ରାଜ୍ୟ ସରକାର ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡିବା ସହ ଜନସାଧାରଣ ସୁରକ୍ଷାକୁ ପ୍ରାଥମିକତା ଦେବାର ଆବଶ୍ୟକତା ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।