ରାଜ୍ୟରେ ନିରନ୍ତର କ୍ଷମତାରେ ରହିଥିବା ସରକାର ଯଦି ଏ ସବୁ ଅଣଦେଖା କରୁଛନ୍ତି ତେବେ ତା ଠାରୁ ଦୁର୍ଭାଗ୍ୟ ଜନକ କଥା ଆଉ ନାହିଁ। ଉତ୍କଳ ବିଶ୍ଵବିଦ୍ୟାଳୟ ଘଟଣାରେ ଜାତୀୟତା ବିରୋଧୀ ମନ୍ତବ୍ୟକୁ ବିରୋଧ କରୁଥିବା ଛାତ୍ରଙ୍କ ବିରୋଧରେ ୩୦୭ ଦଫା ଲଗାଇବା ଦୁର୍ଭାଗ୍ୟ ଜନକ ଘଟଣା । ଏହା ସହିତ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟଙ୍କୁ ଆନ୍ଦୋଳନ ସମୟରେ ଆକ୍ରମଣ କରିବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଅବସରରେ ଗୃହମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଦୃଷ୍ଟି ଦିଅନ୍ତୁ ବୋଲି ସେ ମତ ଦେଇଛନ୍ତି । ଆଇନ ଶୃଙ୍ଖଳା ପ୍ରସଙ୍ଗ ସହିତ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁ ହାର ଚିନ୍ତାଜନକ ବୋଲି ପ୍ରସଙ୍ଗ ଉଠାଇଥିଲେ ଧର୍ମେନ୍ଦ୍ର । ଏହା ରାଜନୈତିକ ବିଷୟ ନୁହେ ସାମାଜିକ ବିଷୟ ବୋଲି ମନେ କରେ । କିନ୍ତୁ ଏ ସ୍ଥିତିରେ ଉନ୍ନତି ଅଣାଯିବା ଜରୁରୀ ।
୨୦୩୬ ମସିହାରେ ଆମେ ଯେତେବେଳେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟକୁ ଧ୍ୟାନ ଦେବା ଜରୁରୀ। ଏହି ଅବସରରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପିର ବୃହତ ବିଜୟକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ହିଁ ଲୋକଙ୍କୁ ଆକୃଷ୍ଟ କରିଛି ବୋଲି ସେ ମତ ରଖିଥିଲେ । ଢେଙ୍କାନାଳ ଜିଲ୍ଲାର ଶତାଧିକ ରାଜନୈତିକ କାର୍ଯ୍ୟକର୍ତା ମାନେ ବିଜେପିରେ ଯୋଗ ଦେଇଛନ୍ତି । ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।