ଏଥର ବିଜେଡିର ଖେଳ ଶେଷ, ଏହାପରେ ନରେନ୍ଦ୍ର ମୋଦିଙ୍କ ବିଜୟ ହେବ ବୋଲି ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ଆଠମଲ୍ଲିକବାସୀ ଲଢେଇ କରି ବିଜେଡିକୁ ଜିତାଇଥିଲେ । ହେଲେ ଜମିକୁ ପାଣି ମାଡିଲାନି କି ଗାଁରେ ପାଣି ପହଞ୍ଚିଲାନି । ଶିକ୍ଷକ ନାହାନ୍ତି କି ଡାକ୍ତର ନାହାନ୍ତି, ରୋଜଗାର ନାହିଁ । 25 ବର୍ଷରେ ବି 1 ନଂ ରାଜ୍ୟ କହୁଥିବା ଲୋକମାନେ ଏସବୁ କରାଇ ପାରିଲେ ନାହିଁ । ଏଠି କେବଳ ଓଡ଼ିଆଙ୍କୁ ଲୁଟି ପକେଟ୍ ଗରମ କରାଯାଉଛି । ଏଇଟାକୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଜନସଭାକୁ ଯିବା ପୂର୍ବରୁ ଆଠମଲ୍ଲିକ ତିଳେଶ୍ବରଠାରେ ମା' ପଥରପୁଞ୍ଜି ମନ୍ଦିରରେ ଦେବୀଙ୍କ ଆରାଧନା କରିବା ସହ ଅଞ୍ଚଳବାସୀଙ୍କ ଉତ୍ତରୋତ୍ତର ଉନ୍ନତି ଓ ସମାଜର କଲ୍ୟାଣ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: