ଗତ ଡିସେମ୍ବର 21ରେ ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ମା ଗୃହରେ କାର୍ଯ୍ୟରତ ୱାଡେନ୍ ଲଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ସନ୍ଦେହ ଜନକ ଭାବେ ଉଦ୍ଧାର ହୋଇଥିଲା। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ଲକ୍ଷ୍ମୀଙ୍କ ପରିବାର। ମା ଗୃହର ନିର୍ଦ୍ଦେଶକ ଓ ଡାକ୍ତରଙ୍କ ବିରୋଧରେ ଏତଲା ଦେଇଥିଲେ ଲକ୍ଷ୍ମୀଙ୍କ ବାପା । ପ୍ରଥମେ ପୋଲିସ ଆଉ ତାପରେ କ୍ରାଇମବ୍ରାଞ୍ଚ କଲା ମାମଲାର ତଦନ୍ତ। କିନ୍ତୁ ଏ ଯାଏଁ ଗିରଫ ହୋଇନାହାନ୍ତି ଜଣେ ବି ଅଭିଯୁକ୍ତ। ଗୋଟିଏ ପଟେ କ୍ରାଇମବ୍ରାଞ୍ଚର ହାତ ଖାଲି ଅନ୍ୟପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା କରିପାରୁନାହାଁନ୍ତି ଲକ୍ଷ୍ମୀଙ୍କ ପରିବାର । କାରଣ ଏବେସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ଦେଉନାହିଁ ପୋଲିସ। ଏଥିପାଇଁ ଘଟଣାର ସିବିଆଇ ତଦନ୍ତ ପାଇଁ ହୋଇଆସୁଛି ଦାବି ।
ରାଜ୍ୟରେ କ୍ରାଇମବ୍ରାଞ୍ଚର ଟ୍ରାକ୍ ରେକର୍ଡ ବହୁତ ଖରାପ। ଇତିଶ୍ରୀ, ବେବିନା, ମମିତା ସବୁ ହାଇପ୍ରୋଫାଇଲ ମାମଲାରେ ପ୍ରଶ୍ନଘେରରେ କ୍ରାଇମବ୍ରାଞ୍ଚର ତଦନ୍ତ। ଲକ୍ଷ୍ମୀ ମାଝିଙ୍କ ମୃତ୍ୟୁକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ । ବଡ ପ୍ରଶ୍ନ, ଘଟଣା ପଛରେ ରହିଛନ୍ତି କି ପ୍ରଭାବଶାଳୀ ? କ୍ଷମତାଶାଳୀଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରୁଛି କି କ୍ରାଇମବ୍ରାଞ୍ଚ ? ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର, ଅପରାଧ ନିୟନ୍ତ୍ରଣରେ ଫେଲ୍ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ବାରମ୍ବାର ମହିଳା ସମ୍ମାନର ଉଡୁଛି ଧଜ୍ଜିୟା । କିନ୍ତୁ ଚୁପ୍ ବସିଛନ୍ତି ରାଜ୍ୟ ସରକାର ?
ଅଧିକ ପଢ଼ନ୍ତୁ ଓଡିଶା ଖବର: