ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଶାସକ ଦଳର ଜିଲ୍ଲା ପରିଷଦଙ୍କ ପୁଅ ଚା ଦୋକାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ । ଅନଗୁଳ ଜିଲ୍ଲା 23 ନମ୍ବର ଜୋନ ଜିଲ୍ଲା ପରିଷଦ ସାବିତ୍ରୀ ମାଝୀଙ୍କ ପୁଅ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ । ଦୀର୍ଘ ବର୍ଷ ହେବ ଚା ଦୋକାନରେ ଖୁଲମଖୁଲା ବେଆଇନ ମଦ ବିକ୍ରି କରୁଥିଲେ ରାଜେନ୍ଦ୍ର ମାଝୀ । ଶାସକ ଦଳର ନେତ୍ରୀ ତଥା ଜିଲ୍ଲା ପରିଷଦଙ୍କ ପୁଅ ହୋଇଥିବାରୁ ପୋଲିସ ଜାଣିଶୁଣି ଗିରଫ କରୁନଥିବା ଚର୍ଚ୍ଚା ହେଉଛି । ପାଲଲହଡା ଥାନା IIC କାଳନ୍ଦୀ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ଟିମ ଚା ଦୋକାନରେ ଚଢ଼ାଉ କରି 62.400 ଲିଟର ମଦ ଜବତ କରିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ମିଳିଲା ମିଳିଲା ପୁଳା ପୁଳା ଟଙ୍କା । ଇଡି ଟିମର ଚଢଉ ବେଳେ ଘର ଭିତରେ ଇତସ୍ତତଃ ହୋଇ ପଡିଥିଲା ପ୍ରାୟ ୨୫ କୋଟି ଟଙ୍କା । ଏତେ ପରିମାଣର ଟଙ୍କା ଦେଖି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ତାଜୁବ । ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକଙ୍କ ପାଖରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ସେନେଇ ତନାଘନା କରୁଛି ଇଡି ।
ବୀରେନ୍ଦ୍ର ରାମ ମାମଲାରେ ଆଜି ଝାଡ଼ଖଣ୍ଡ ରାଞ୍ଚିର ଏକାଧିକ ସ୍ଥାନରେ ଇଡି ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି କ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ବାସଭବନରେ ସକାଳ ସମୟରେ ରେଡ କରିଥିଲା ଇଡି । ଏହି ସମୟରେ ତାଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ରେଡ ଜାରି ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ସରକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା ସହ ଜଡିତ ଅର୍ଥ ହେରଫେର ମାମଲାରେ 2023 ମସିହା ଫେବୃଆରୀରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଇଞ୍ଜିନିୟର ବୀରେନ୍ଦ୍ର କେ ରାମଙ୍କୁ ଇଡି ଗିରଫ କରିଥିଲା । 2019ରେ, ତାଙ୍କର ଜଣେ ଅଧସ୍ତନଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା । ପରେ, ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଏକ ମାମଲା ଦାୟର କରିଥିଲା ।