ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପାଣି ପିଇବା ପାଇଁ ବ୍ୟବସ୍ଥା ନାହିଁ । ଯେଉଁ ସ୍ଥାନରେ ଜୀବଜନ୍ତୁ ପାଣି ପିଅନ୍ତି ସେହି ସ୍ଥାନରେ ଆଉ ପାଣି ନାହିଁ ,ପ୍ରବଳ ଖରାରେ ସୁଖି ଯାଇଛି । ଏବେ ପ୍ରବଳ ଖରା ଯୋଗୁଁ ଜଳାଶୟ ଗୁଡିକ ଶୁଖିଯିବା ସହ ମାଟି ଫାଟି ଆଁ କରିଛି । ଏହି ସମୟରେ ବନ୍ୟଜନ୍ତୁ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ।
ମଣିଷ ଏବଂ ବନ୍ୟଜନ୍ତୁ ମଧ୍ୟରେ ପାଲଡ଼ା ଭାରି ପଡୁଛି । କେତେବେଳେ ମଣିଷ ଆକ୍ରମଣରେ ବନ୍ୟଜନ୍ତୁ ମୃତ୍ୟୁ ବରଣ କରୁଛିତ ଆଉ କେତେବେଳେ ବନ୍ୟଜନ୍ତୁ ଆକ୍ରମଣରେ ମଣିଷ ମୃତ୍ୟୁ ବରଣ କରୁଛି । ଆଜି ସକାଳୁ ସକାଳୁ ଗୋଟିଏ ଭାଲୁ ପାଣି ପିଇବା ପାଇଁ ବିଜୁଏକ୍ସପ୍ରେସ୍ ୱେ ରାସ୍ତା ଦେଈ ଯାଉଥିବାର ଭିଡ଼ିଓ ଚାରି ଆଡ଼େ ଘୁରି ବୁଲୁଛି । ସୂଚନା ମୁତାବକ ବରଗଡ ଜିଲ୍ଲା ଘେଁସ୍ ରେଞ୍ଜ ଅଧିନସ୍ତ ଶନିମାଲ ଓ କୁଚିପାଲି ମଝିରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଏହି ଭାଲୁ ଝାଞ୍ଜ ପାହାଡ଼ରୁ ଖାଦ୍ୟ ସହ ପାଣି ପାଇଁ ଗାଁ ମୁହାଁ ହେଉଥିବା ଗାଁ ଲୋକେ କୁହାକୁହି ହେଉଛନ୍ତି ।