7 ଦିନ ପରେ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ ବାହାରିଥିବେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ । ପ୍ରଥମ ଦ୍ୱିତୀୟ ଲହରରେ ଯେଉଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୄଢ଼ କରିବା ପାଇଁ ରେଗୁଲାର ସାଇଣ୍ଟିଫିକ୍ ଡାଟା ପବ୍ଲିକକୁ ଦିଆଯିବ । ଏୟାରପୋର୍ଟରେ କଡ଼ାକଡ଼ି ଚେକିଂ ହେବ ।
ଗତକାଲି ମୁମ୍ବାଇରୁ ଜଣେ, ବାଙ୍ଗାଲୋରରୁ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି । ଓଡ଼ିଶାକୁ କେହି ବିଦେଶରୁ ଆସି ନାହାନ୍ତି । ନୀତି ଆୟୋଗ ଭିକେ ପଲ କହିଛନ୍ତି ମାସ୍କ ପିନ୍ଧନ୍ତୁ ସେଇଟା ଆମ ପାଇଁ କବଚ ।