ବିଜେଡି ଶାସନ କାଳରେ ଜୟପୁରର କଂଗ୍ରେସ ବିଧାୟକ ଏବଂ ପୂର୍ବତନ ବିଧାୟକ କୃଷ୍ଣ ସାଗରିୟା ବିଭିନ୍ନ ସମୟରେ ଏ ନେଇ ବିଧାନସଭାରେ ଦାବି ଉଠାଇଥିଲେ। 24 ବର୍ଷ ଭିତରେ ନା ବିଜେଡି ସରକାର ଦାବି ପୂରଣ କଲା ନା କଂଗ୍ରେସ ଜୋରଦାର ଆନ୍ଦୋଳନ କଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଏବେ ସାମ୍ନାକୁ ଆସିଛି ବିଜେଡିର ଦୋମୁହାଁ ଚରିତ୍ର। କଂଗ୍ରେସ ସହ ମିଶି ଆନ୍ଦୋଳନକୁ ଓହ୍ଲାଇଛି 24 ବର୍ଷର ଶାସକ ଦଳ। ସରକାରରୁ ଯାଉ ଯାଉ ବିଜେଡିର ଏମିତି ୟୁଟର୍ଣ୍ଣକୁ କଡ଼ା ସମାଲୋଚନା କରିଛି ବିଜେପି।
ଆନ୍ଦୋଳନରେ ସାମିଲ ହୋଇଥିବା ଯୁବକ ଯୁବତୀ ହିଁ ଖୋଲିଛନ୍ତି ବିଜେଡି ସରକାରର ପୋଲ୍। ବିଜେଡି ସମୟରେ ନିଯୁକ୍ତିରେ ହେଉଥିଲା ବ୍ୟାପକ ଅନିୟମିତତା। ନୂଆ ସରକାର ସେମାନଙ୍କ ଦାବି ପୂରଣ କରିବେ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ।
କିଛି ଦିନ ତଳେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ କଂଗ୍ରେସ ସହ ମିଶି ସରକାର କରିବ ବିଜେଡି। ଆଉ ଏବେ ଦୁଇ ଦଳ ଗୋଟିଏ ମଂଚରେ ଏକାଠି ହେବା ପରେ ପୁଣି ପ୍ରଶ୍ନ କିଏ ପାଲଟିଛି କାହାର ଆଶାବାଡି.. ବିଜେଡି ଶାସନରେ ଥିବା ବେଳେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଖୋଲୁ ନ ଥିଲା ମୁହଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।