ଭାରତୀୟ ଷ୍ଟ୍ରେନ ତୁଳନାରେ ୟୁକେ ଷ୍ଟ୍ରେନ ଅଧିକ ବିପଦ । ଏହା ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରି ଦେଉଛି । ସାଉଥ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ ବିରୋଧରେ ଭାରତୀୟ ଭ୍ୟାକସିନ ସମ୍ପୂର୍ଣ୍ଣ କାମ କରୁନାହିଁ । ତେଣୁ ସତର୍କ ରହିବା ସହ ଭ୍ୟାକସିନ ନେବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି ।
ଏପଟେ ଗତ 24 ଘଣ୍ଟାରେ ରାଜ୍ୟରେ 210 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 124 ଜଣ ଚିହ୍ନଟ ହୋଇଥିବାବେଳେ 86 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ପଜିଟିଭ ସଂଖ୍ୟା 3 ଲକ୍ଷ 39 ହଜାର 904 ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 36 ହଜାର 482 ରହିଛି । ସେହିପରି ରାଜ୍ୟରେ ବର୍ତ୍ତମାନ ରାଜ୍ୟରେ ଏକ ହଜାର 449 ଆକ୍ଟିଭ କେସ ରହିଛି ।