୨୦୧୨ରେ ଆରମ୍ଭ ହୋଇଥିଲା ଜାଇକା କାର୍ଯ୍ୟ । ୨୦୧୬ରେ କାମ ଶେଷ ପାଇଁ ହୋଇଥିଲା ଲକ୍ଷ୍ୟ ଧାର୍ଯ୍ୟ । କିନ୍ତୁ ୨୦% କାମ ବି ସରିପାରି ନଥିଲା । ଫଳରେ 2018ରେ କାମ ସାରିବାକୁ ବିଧାନସଭାରେ ଉତ୍ତର ରଖିଥିଲେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ । କିନ୍ତୁ 2018ରେ ବି ସରିଲାନି କାମ । ଫୁଣି 2020 ଡିସେମ୍ବର ସୁଦ୍ଧା କାମ ସାରିବାକୁ କହିଥିଲା ଜିଲ୍ଲା ପ୍ରଶାସନ । ତେବେ 2020 ସୁଦ୍ଧା ସରିଥିଲା 70% କାମ । ସେହିପରି 2021 ସୁଦ୍ଧା ସରିଥିଲା 85% କାମ । ୨୦୨୨ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କାମ ଶେଷ ପାଇଁ ଲକ୍ଷ୍ୟ ଥିଲା । ହେଲେ ତାହା ବି ହୋଇପାରିଲାନି । ଏବେ ବି ଅନେକ ସ୍ଥାନରେ ଚାଲିଛି କାର୍ଯ୍ୟ । ସେପଟେ ଖୁବଶୀଘ୍ର କାମ ଶେଷ ହେବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ଦେଶିକ ତଥା CMC କମିଶନର ନିଖିଳ ପୱନ କଲ୍ୟାଣ ।