କାର୍ଯ୍ୟକମରେ ରାଜ୍ୟପାଳଙ୍କ ସମେତ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ଆଡଭୋକେଟ୍ ମହେଶ ରାୟ ଏବଂ ତୁଲସୀରାମ ଜଗତ ଉପସ୍ଥିତ ଥିଲେ । ଲେଖକ ଦୈତାରୀ ମହାପାତ୍ର ମାତ୍ର ୧୮ ଦିନ ଭିତରେ ଅକ୍ଳାନ୍ତ ପରିଶ୍ରମ କରି ରାଷ୍ଟ୍ରପତି ‘କଳିଙ୍ଗକନ୍ୟା ଦ୍ରୌପଦୀ ମୁର୍ମୁ’ ନାମକ ପୁସ୍ତକଟି ରଚନା କରିଛନ୍ତି । ପୁସ୍ତକରେ ରାଷ୍ଟ୍ରପତି ମୁର୍ମୁଙ୍କ ଜୀବନୀ, ତାଙ୍କର ରାଜନୀତି କ୍ୟାରିୟରଠୁ ନେଇ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ଯାତ୍ରା ସବୁ ବର୍ଣ୍ଣନା କରାଯାଇଛି ।
ସେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯୋଗ, ଭାରତୀୟ ନାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲିଖିତ ଦୁଇଟି ପୁସ୍ତକ, ମୋଟ୍ ଏହିପରି ୮ଟି ପୁସ୍ତକ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।