ସେଥିମଧ୍ୟରୁ ଖାରବେଳ ଥାନା ମ୍ୟାଡ଼ ମୁଲ ଓ କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ-8 ଅଜିତ ବାର ନିୟମ ଉଲଂଘନ କରିଥିବା ଜଣା ପଡିଥିଲା । ବାରରେ ନିଶା ସେବନ କରୁଥିବା 50ରୁ ଅଧିକ ଜଣଙ୍କ ଠାରୁ ଫାଇନ ଆଦାୟ କରିଛି ପୋଲିସ । ଏଥି ସହିତ ବାର ମ୍ୟାନେଜରଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ଆଇନ ଉଲଂଘନ କରିଥିବା ବାର ସିଲ କରିବା ଲାଗି ଅବକାରୀ ବିଭାଗକୁ ଚିଠି ଲେଖିବ ପୋଲିସ ।
କୋଭିଡ ନିୟମ ଉଲ୍ଲଂଘନ କରି ବାର ଭିତରେ ଚାଲିଥିଲା ନିଶା ସେବନ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ । କୋଭିଡ ନିୟମ ଉଲ୍ଲଂଘନ କରି ବାର ଭିତରେ ଚାଲିଲାବା ନିଶା ସେବନ । ଖବର ପାଇ କମିସନରେଟ ପୋଲିସ ବାର ଉପରେ ଚଢାଉ କରିଛି । ଲକ୍ଷ୍ମୀସାଗର ଥାନା ଅଂଚଳର ମହାନ୍ତି ବାର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନଫୋସିଟି ପ୍ରଭୃତି ଥାନା ଅଂଚଳରେ ସହ କ୍ୟାପିଟାଲ ଓ ଖାରବେଳ ଥାନା ଅଂଚଳରେ ମଧ୍ୟ 8 ଟି ବାରରେ ଚଢ଼ାଉ ହୋଇଥିଲା ।
Download Argus News App
