ଆସନ୍ତା ୨୪ ଘଂଟାରେ ଉତ୍ତର ଅନେକ ସ୍ଥାନରେ ପାଗ ଶୁଖିଲା ରହିବା ସହ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷକରି ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ବିଜୁଳି ଘଡଘଡି ବର୍ଷାକୁ ନେଇ କୋରାପୁଟ, ରାୟଗଡା, କଳାହାଣ୍ଡି ,ନବରଙ୍ଗପୁର , କନ୍ଧମାଳ, ନୂଆପଡା, ବଲାଙ୍ଗୀର, କଟକ,ଜେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଜଗତସିଂପୁର ଭଦ୍ରକ ଓ ବାଲେଶ୍ୱର ପାଇଁ ୟେଲୋ ବବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି ଠାରୁ କୌଣସି ସତର୍କ ସୂଚନା ନଥିବା ବେଳେ ୪ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ସହ କାଁ ଭାଁ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଦୀପାବଳି ମଧ୍ୟ ଶୁଖିଲା ପାଗ ସହ କଟିବ ବୋଲି କହିଛି ବିଭାଗ । ଗତ ୨୪ ଘଂଟାରେ କାଁ ଭାଁ ସ୍ଥାନରେ ଭଲ ବର୍ଷା ହୋଇଥିବାବେଳେ ଅନୁଗୁଳ ବନରପାଲରେ ସର୍ବାଧିକ ବର୍ଷା ୧୦୫.୪ ରେକର୍ଡ କରାଯାଇଛି ।