ଉତ୍ତରପ୍ରଦେଶର ଏକ କଲେଜରୁ ଏହି ସାର୍ଟିଫିକେଟ କିଣାଯାଇଥିବା ଜଣାପଡିଛି । ଅନ୍ୟପଟରେ ପାଟଣାଗଡ ଧୁମାଭଟାର ସୁବଲୟା ଭୁଏ ଦେଇଥିବା ସାର୍ଟିଫିକେଟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଇଂରାଜୀ ବିଷୟରେ ୯୯ ମାର୍କ ରଖିଥିଲେ । ଯାହାକୁ ଦେଖି ଡାକ ବିଭାଗ ଅଧିକାରୀଙ୍କ ସନ୍ଦେହ ହେବାରୁ କିଛି ଶଦ୍ଦ ଇଂରାଜୀରେ ଲେଖିବା ପାଇଁ କହିଥିଲେ ।
ହେଲେ ଇଚ୍ଛୁକ ପ୍ରାର୍ଥୀ ଜଣଙ୍କ ରୁମାଲ ବନାନ ବି ଠିକ୍ ଭାବରେ ଲେଖିପାରିନଥିଲେ । ଏହାପରେ ଡାକ ବିଭାଗ ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା । ଏନେଇ ଡାକବିଭାଗ ପକ୍ଷରୁ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମାତ୍ର ମାମଲା ରୁଜୁ ହୋଇନଥିବା ସୂଚନା ରହିଛି ।
ଅଧିକ ଓଡିଶା ଖବର ପଢନ୍ତୁ