ଯେମିତି କି ଏବେ ନକଲି ରକ୍ତଚାପ ଔଷଧ ପରେ ଏବେ ନକଲି ଗ୍ୟାସ୍ଟ୍ରିକ୍ ମେଡିସିନ୍ ଜବତ ହୋଇଛି। ଔଷଧ ନିୟନ୍ତ୍ରକ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ନକଲି ମେଡିସିନ୍ ଜବତ କରାଯାଇଛି। ମଙ୍ଗଳାବାଗ, ଚୌଧୁରୀବଜାର, ନୟାସଡକ ଓ ଜାଉଁଳିଆପାଟିରେ ଥିବା ଔଷଧ ଷ୍ଟକିଷ୍ଟ ଙ୍କ ଦୋକାନ ଓ ଗୋଦାମକୁ ଯାଇଥିଲା ଔଷଧ ନିୟନ୍ତ୍ରକ ବିଭାଗର ଏକ ଟିମ୍।ଜବତ କରାଯାଇଥିବା ଔଷଧର ନମୁନା ଲାବ୍ରୋଟୋରିକୁ ପଠାଯାଇଥିବାବଳେ ଔଷଧର ମାନ ପରୀକ୍ଷା କରାଯିବ।
ନକଲି ସାବ୍ୟସ୍ତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନାମୁତାବକ, କଟକରେ ନକଲି ରକ୍ତଚାପ ଔଷଧ ତଥା ଟେଲମା-୪୦ ଓ ଟେଲମା-ଏଏମ ମିଳିବା ପରେ ୨ ଜଣ ଡିଲଙ୍କୁ ଜେଲ୍ ପଠାଯାଇ ଲାଇସେନ୍ସ ରଦ୍ଦ କରାଯାଇଛି। ରିହାତି ଦିଆଯିବା ସଂକ୍ରାନ୍ତରେ ଷ୍ଟକିଷ୍ଟ ମାଲିକମାନେ ହ୍ୱାଟସଆପରେ ଷ୍ଟାଟସ୍ ମଧ୍ୟ ଦେଉଛନ୍ତି। ଆଜିର ଚଢ଼ାଉ ପରେ ଷ୍ଟକିଷ୍ଟଙ୍କ ମହଲରେ ଭୟ ସୃଷ୍ଟି ହୋଇଛି।
ବଡ କଥା ହେଉଛି କି, ରାଜ୍ୟରେ ଏଘଟଣା ନୂଆ ନୁହେଁ ସତ। କିନ୍ତୁ ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଛି। ସେପଟେ ଲୋକଙ୍କ ଜୀବନ ବିପଦରେ ଥିବାବେଳେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ କରୁଛି କଣ ? ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାତ ଗଣତି କିଛି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଲୋକଙ୍କ ମନରେ ଭୟ ଏହା ସମୁଦ୍ରକୁ ଶଙ୍ଖେ। ଏହି ନକଲି ଔଷଧ କେଉଁ ସ୍ଥାନରୁ ଆଣି କେଉଁଠାକୁ ବିକ୍ରି କରାଯାଉଛି, ଯଥାଶୀଘ୍ର ଏହାର ତଦନ୍ତ କରାଯିବା ଆବଶ୍ୟକ ହୋଇପଡୁଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।