ଏଭଳି ନିଆରା ଭାଇଚାରାର ପର୍ଵ ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳିନଥାଏ । ମାଣିକାଗୋଡା ଗ୍ରାମରେ ୪୦ ଭାଗ ମୁସଲମାନ ଓ ୬୦ ଭାଗ ହିନ୍ଦୁ ଲୋକ ବାସକରୁଛନ୍ତି । ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା । ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଦଶମୀ ତିଥିରେ ଉଦଯାପିତ ହୋଇଥାଏ । ଷୋଡଶ ଶତାବ୍ଦୀରୁ ଏହି ପର୍ବ ଏହି ଭଳି ପାଳନ କରାଯାଉଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡିଛି ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।