ଖୋର୍ଦ୍ଧା: ସାରା ଭାରତବର୍ଷରେ ଆଧ୍ୟାତ୍ମିକତା ପରିବେଶ , ସବୁଠି ଶୁଭୁଛି ଜୟ ଜଗନ୍ନାଥ । ଜୟ ଶ୍ରୀରାମ । ଠିକ୍ ଏତିକି ବେଳେ ହଠାତ୍ ଆବିର୍ଭାବ ହେଉଛନ୍ତି ପ୍ରଭୁ ଗରୁଡ଼ । ଖୋର୍ଦ୍ଧା ଜିଲ୍ଲାର ସୋରଣ ଗ୍ରାମରେ ଏହି ଗରୁଡ଼ ପକ୍ଷୀ ଦେଖିବାକୁ ମିଳିଛି । ସୋରଣ ଗ୍ରାମରେ ରହିଛି ମା' ଭଗବତୀଙ୍କ ମନ୍ଦିର । ଆଉ ଏହି ଭଗବତୀ ମନ୍ଦିର ପାଖରେ ରହିଛି ଏକ ବିରାଟକାୟ ବଟ ବୃକ୍ଷ ।
ସେହି ବଟ ବୃକ୍ଷ ମୂଳରୁ ଗୋଟିଏ ବିରଳ ଗରୁଡ଼ ପକ୍ଷୀକୁ ସ୍ଥାନୀୟ ଲୋକମାନେ ଦେଖିବା ପରେ ଆଉ କେତେକ ଏହି ବିରଳ ଗରୁଡ଼ ପକ୍ଷୀଙ୍କୁ ବଟ ବୃକ୍ଷ ଏବଂ ମନ୍ଦିରର ଦଧିନଉତିରେ ବସା ( ଘର ) କରି ରହିଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ବନବିଭାଗର କହିବା ଅନୁସାରେ ଏହି ବିରଳ ପ୍ରଜାତିର ଗରୁଡ଼ ପକ୍ଷୀକୁ କୁରୁବଳ ପକ୍ଷୀ କୁହାଯାଏ । ଏହି କୁରୁବଳ ପକ୍ଷୀ ବା ଇଂରାଜୀ ନାମ white belid sea eagle ବୋଲି କୁହାଯାଏ । ଏମାନେ ଶିକାର କରିବାରେ ପୁରା ମାହିର୍ ହୋଇଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ତେଣୁ ଏହିଁ ପକ୍ଷୀଙ୍କର ରକ୍ଷଣା ବେକ୍ଷଣ ନିହାତି ଜରୁରି ହୋଇପଡିଛି ।
କିଛିଦିନ ପୂର୍ବରୁ ବାଲେଶ୍ୱର, ଢେଙ୍କାନାଳ ଆଦି ସ୍ଥାନରୁ ମଧ୍ୟ ଗରୁଡ ପକ୍ଷୀ ଉଦ୍ଧାର କରାଯାଇଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...