ଏହାସହ ନାଗ ଦମ୍ପତ୍ତିଙ୍କୁ ଆହୁରି ଜେରା ପାଇଁ ପ୍ରଶ୍ନ ପ୍ରସ୍ତୁତ କରୁଛି ଇଡି । ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କୁ ଆସନ୍ତା 5ରେ କୋର୍ଟରେ ହାଜର କରିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ଆଉ ସେହିଦିନ ହିଁ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରସ୍ତୁତ ହେଉଛି ଇଡି । ଏ ପର୍ଯ୍ୟନ୍ତ ଆର୍ଥିକ କାରବାର ଲିଙ୍କ୍ ନେଇ 6 ଜଣ ବ୍ୟବସାୟୀ, ସିନେ ପ୍ରଯୋଜକଙ୍କୁ ଜେରା ହୋଇଥିବାବେଳେ ହୋଟେଲ ମାଲିକ ଶିବ ପ୍ରସାଦ ଦାସଙ୍କୁ ଦ୍ଵିତୀୟ ଥର ପାଇଁ ଜେରା କରିଛି ଇଡି । ତେବେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜାଣିଥିବା ନେଇ ଗଣମାଧ୍ୟମ ଆଗରେ କହିଥିଲେ ମଧ୍ୟ କିପରି ସମ୍ପର୍କ ହେଲା ପ୍ରଶ୍ନରେ ନିରବ ରହିଥିଲେ ଶିବ ।
ସେପଟେ ଇଡି ସ୍କାନରରେ ଥିବା ଭିତରେ ହଠାତ ଶ୍ରଦ୍ଧାଞ୍ଜଳି କାହିଁକି ଗାୟବ ହେଲେ ତାହା ସସପେନ୍ସ ଘେରରେ । ଇଡି ଆଗରେ ଅର୍ଚ୍ଚନା ନାଗ ପେଡି ଖୋଲିବା ସହ ଅନେକ ବିସ୍ଫୋରକ ବୟାନ ରଖିଛନ୍ତି ଶ୍ରଦ୍ଧାଞ୍ଜଳି । ଯାହାକୁ ନେଇ ନାଗ ଫାସରେ ଫସିଥିବା ବଡ଼ ବଡ଼ିଆଙ୍କ ଛାତି ଏବେ ଧଡ଼ ଧଡ଼ । ତେବେ ନିଜ ଇଚ୍ଛାରେ ଶ୍ରଦ୍ଧାଞ୍ଜଳି ଲୁଚିଛନ୍ତି ନା କିଏ ପୋଲ ଖୋଲିବା ଭୟ ତାଙ୍କୁ ଗାୟବ କରିଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜା ଓ ଖଗେଶ୍ୱରଙ୍କ ସହ ଅନ୍ୟ ବ୍ୟବସାୟୀଙ୍କ ବୟାନ ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ପ୍ରଶ୍ନ କରିବ ଇଡି । ନାଗ ଦମ୍ପତିଙ୍କ ବୟାନ, ହନିଟ୍ରାପ - ବ୍ଲାକମେଲ କ୍ରାଇମ ସିଣ୍ଡିକେଟ ସହ ବଡ଼ ବଡ଼ିଆଙ୍କ ଲିଙ୍କର ପୋଲ ଖୋଲିବ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।