ବିଶ୍ଵ ଏନଜିଓକୁ ଘାଣ୍ଟୁଛି ଇଡି
by Banajyotshna Ray
ଅର୍ଗସ ବ୍ୟୁରୋ: ଦ୍ୱିତୀୟ ଦିନରେ ମଧ୍ୟ ସମ୍ବଲପୁରରେ ଇଡି ରେଡ ଜାରି । ବିଶ୍ଵ ଏନଜିଓକୁ ଘାଣ୍ଟୁଛି ଇଡି । ସହରର ଦାନିପାଲିସ୍ଥିତ ବିଶ୍ବ ଏନଜିଓର ମୁଖ୍ୟ କାର୍ଯ୍ୟାଳୟ, ଏହାର ପ୍ରତିଷ୍ଠାତା ସମ୍ପାଦକ ପିତବାସ ସେଠୀଙ୍କ ଘରେ, ଧନୁପାଲିରେ ଥିବା ବିଶ୍ବ ଜିମ୍ ଓ ମୁଦିପଡାରେ ଇଡିରେ ରେଡ ଚାଲିଛି । ଗତକାଲି ଭୋର ସକାଳୁ ରେଡ ଚାଲିଥିବା ବେଳେ ବିଲମ୍ବିତ ରାତ୍ରିରେ ବାହାରିଥିଲେ । ଆଜି ଭୋରରୁ ପୁଣି ରେଡ ଜାରି କରାଯାଇଛି । ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ NGO `ବିଶ୍ଵ' ନାଁରେ ଋଣ ଜାଲିଆତି ।
ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କରୁ 231 କୋଟି ଋଣ ସୁଝିନଥିବା ଅଭିଯୋଗରେ EDର ବଡ଼ ଚଢ଼ାଉ । NGO ନାଁରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟାଙ୍କଠାରୁ 231 କୋଟି ଟଙ୍କା ଋଣ ଆଣିଥିଲା ଏହି ସଂସ୍ଥା । SSGଙ୍କୁ ଲୋନ ଦେବା ନାଁରେ ଟଙ୍କା ଜାଲିଆତି କରାଯାଇଥିବା ଅଭିଯୋଗ ଆସିବା ପରେ ରେଡ କରିଛି ଇଡି । କ୍ଷୀରୋଦଙ୍କ ମୃତ୍ୟୁ ପରେ NGO ଚଳାଉଛନ୍ତି ତାଙ୍କ ପୁଅ ଦେବବ୍ରତ ମଲ୍ଲିକ ।