ଗତକାଲି ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରି ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ।ଆଜି ଆପୋଲୋ ହସ୍ପିଟାଲରେ ଶରୀର ଦାନ କରାଯିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକ: ଅଙ୍ଗଦାନ କରି ଅମର ହୋଇଗଲା ଆଠ ବର୍ଷର ସୁବୋଜିତ। ପୁଅର ମୃତ୍ୟୁ ପରେ ଶରୀର ଦାନ କଲେ ପରିବାର ଲୋକେ। ଭୁବନେଶ୍ଵର କଳ୍ପନା ଅଞ୍ଚଳର ତୃତୀୟ ଶ୍ରେଣୀର ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ତିନିଦିନ ଧରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଗତକାଲି ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରି ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ।ଆଜି ଆପୋଲୋ ହସ୍ପିଟାଲରେ ଶରୀର ଦାନ କରାଯିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସହ ଜଡିତ କେତକ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ଯେଉଁଥିରେ ଅନବସର ପିଣ୍ଡି ନିକଟରେ କାନ୍ଥ ଓ ଚଟାଣ ମରାମତି କାର୍ଯ୍ୟ କରାଯିବ । ତେଣୁ ବନକଲାଗି ଓ ଅଣସର ପିଣ୍ଡି ନିକଟରେ ମରାମତି ପାଇଁ 6ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ। ବିଧି ଅନୁଯାୟୀ ଶ୍ରୀମନ୍ଦିରରେ ନୀତି ବଢ଼ି ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ବା ଗୁପ୍ତ ନୀତି ହୋଇଥିବାରୁ ଏବଂ ଅନବସର ପିଣ୍ଡିରେ କିଛି କାର୍ଯ୍ୟ ଥିବାରୁ ଆଜି ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ଦୁଇଟି ନୀତି ସମାପନ ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ନା ମହାପ୍ରଭୁଙ୍କ ପହୁଡ ନୀତି ହେବ ସେନେଇ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।
ଅର୍ଗସ ବ୍ୟୁରୋ : ନିର୍ବାଚନର ତୃତୀୟ ପର୍ଯ୍ୟାୟରେ 10ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ 94ଟି ଆସନରେ ହୋଇଛି ଭୋଟିଂ। 1,351 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ । ନିର୍ବାଚନ କମିସସନରଙ୍କ ସୂଚନା ଅନୁସାରେ ମୋଟ 63.47 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସାମରେ ସର୍ବାଧିକ ୭୪.୮୬ ପ୍ରତିଶତ ମତଦାନ । ମହାରାଷ୍ଟ୍ରରେ ସବୁଠାରୁ କମ୍ 53 ପ୍ରତିଶତ ଭୋଟିଂ ହୋଇଛି।
ଅଧିକ ପଢନ୍ତୁ : ଜାଣନ୍ତୁ, କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ ?
ସେହିପରି ପଶ୍ଚିମବଙ୍ଗରେ 73.93 ପ୍ରତିଶତ, ଗୋଆରେ 72.98 ପ୍ରତିଶତ, ଛତିଶଗଡରେ 66 ପ୍ରତିଶତରୁ ଅଧିକ, ଉତ୍ତରପ୍ରଦେଶରେ 56 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି। I ଗୁଜୁରାଟରେ 55, କର୍ଣ୍ଣାଟକରେ 66, ମଧ୍ୟପ୍ରଦେଶରେ 62 ଏବଂ ବିହାରରେ 56 ପ୍ରତିଶତରୁ ଅଧିକ ମତଦାନ ହୋଇଛି।
ଅର୍ଗସ ବ୍ୟୁରୋ: ଗୋବିନ୍ଦାଙ୍କ ଭାଣଜୀ ଆରତୀ ସିଂ ଏପ୍ରିଲ ୨୫ ତାରିଖରେ ଦୀପକ ଚୌହାନଙ୍କ ସହ ଧୁମଧାମରେ ବିବାହ କରିଛନ୍ତି। ଆରତୀଙ୍କ ବିବାହର ପ୍ରାୟ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫ୍ୟାନମାନେ ଆରତୀଙ୍କ ବିବାହର ସବୁ ଫଙ୍କସନକୁ ଖୁବ ଲାଇକ କରୁଛନ୍ତି। ଆଉ କହୁଛନ୍ତି ବଲିଉଡର ସବୁଠୁ ସଂସ୍କାରୀ ବିବାହ। ଆରତୀଙ୍କ ଶାଶୁଘର ଲୋକେ ଆରତୀଙ୍କ ସ୍ବାଗତ ମଧ୍ୟ ଧମାକେଦାର ଭାବେ କରିଛନ୍ତି। ଶାଶୁଘର ଲୋକଙ୍କ ପାଇଁ ପ୍ରଥମ ରୋଷେଇରେ ମିଠା କ୍ଷୀରି କରି ପରଷିଛନ୍ତି। ଆଉ ଫ୍ୟାନମାନଙ୍କୁ ମିଠା ସ୍ବାଦ କରିବାକୁ ନିମନ୍ତ୍ରଣ କରିଛନ୍ତି। ଆରତୀ ଇନଷ୍ଟାରେ ଫଟୋ ଶେୟାର ଆମ ଦୁଇଜଣଙ୍କୁ ଆପଣମାନେ ଏମିତି ଭଲ ପାଉଥାନ୍ତୁ।
ଆଉ ରୋଷେଇ ଘରେ ସୁନ୍ଦର ପୋଜ ଦେଇ ଫ୍ୟାନମାନଙ୍କ ପାଇଁ ଫଟୋ ଶେୟାର କରିଛନ୍ତି। ଲାଲ ଯୋଡ଼ାରେ ଆରତୀ ଖୁବ ସୁନ୍ଦର ଦିଶୁଛନ୍ତି। ଦୀପକ ଆରତୀଙ୍କର କିଛି ରୋମାଣ୍ଟିକ ମୋମେଣ୍ଟର ଫଟୋ ମଧ୍ୟ ଆରତୀ ଇନଷ୍ଟାରେ ଶେୟାର କରିଛନ୍ତି। ଫ୍ୟାନମାନେ ଦୁହିଁଙ୍କ ଯୋଡିକୁ ଢେର ସାରା ଭଲ ପାଇବା ଦେବାସହ। ନୂଆଯୋଡାଙ୍କ ମଧ୍ୟରେ ସବୁବେଳେ ଏମିତି ଭଲ ପାଇବା ରହୁ ବୋଲି ଫ୍ୟାନମାନେ ଶୁଭକାମନା ମଧ୍ୟ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର