ରୋହିତ ପୂଜାରୀଙ୍କ ଏ ବୟାନ ଧରାଇ ଦେଇଛି ବିଜେଡିର ମିଛ। ବିଜେଡି ବିଧାୟକଙ୍କ ଏ ସ୍ବୀକାରୋକ୍ତି କରିଛି ତାଙ୍କ ଦଳର ମିଛ ପ୍ରଚାରର ପର୍ଦ୍ଦାଫାସ୍ । କଟକ-ସମ୍ବଲପୁର 55 ନଂ ଜାତୀୟ ରାଜପଥ କାମ ଶେଷ ହେବାରେ କାହିଁକି ଅହେତୁକ ବିଳମ୍ବ ହେଉଛି। ଏହା ଉପରୁ ଶନିବାର ପରଦା ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 55 ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ପ୍ରଦାନରେ କରାଯାଇଛି ବିଳମ୍ବ ।
ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ଅସହଯୋଗ କାରଣରୁ ହିଁ ହଇରାଣ ହେଉଛନ୍ତି କଟକ, ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର 4ଟି ଜିଲ୍ଲାର ଲୋକେ। ପୁଣି NHରେ ଦୁର୍ଘଟଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର ।
କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ବଦଳରେ ଏଥିରେ ବାଧା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ନିଜ ଦୋଷ ଲୁଚାଇବାକୁ ଏବେ ନିର୍ବାଚନ ବେଳେ ବିଜୁ ଜନତା ଦଳ କରୁଛି ମିଛ ପ୍ରଚାର।
ନିଜ ଭୁଲ ମାନିବା ପରିବର୍ତ୍ତେ କେନ୍ଦ୍ରୀୟ ଅବହେଳାର ମିଛ ରାଗ ଜପିବା ବିଜେଡିର ପୁରୁଣା ଅଭ୍ୟାସ। ସସ୍ମିତ ପାତ୍ରଙ୍କ ଏ ବୟାନ ହେଉଛି ତାର ପ୍ରମାଣ। ଆଉ ଏବେ ରେଢ଼ାଖୋଲର ବିଜେଡି ବିଧାୟକଙ୍କ ବୟାନ ଖୋଲିଦେଇଛି ବିଜେଡିର ମୁଖା।
ଆହୁରି ପଢନ୍ତୁ ଓଡିଶା ଖବର...