ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା ରାଲି ସହ ଲୋକଙ୍କୁ ନିଶା କବଳରୁ ବର୍ତ୍ତିବା ପାଇଁ ଆହ୍ବାନ ଦିଆଯାଉଛି । ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଆଗରୁ ବାହାରିଥିବା ରାଲିରେ ସରକାରୀ ଅଧିକାରୀ, ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ସାମିଲ ହୋଇ ତମାଖୁ ବର୍ଜନ ପାଇଁ ସଂକଳ୍ପ ନେଇଛନ୍ତି । ରାଜ୍ୟରେ ତମାଖୁ ଉତ୍ପାଦନ ବନ୍ଦ କରିବା ଦାବିରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଲୋକଙ୍କୁ ନିଶା ସେବନର କୁପରିଣାମ ବିଷୟରେ ବାଲୁକାକଳା ମାଧ୍ୟମରେ ସଚେତନ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନୟକ ଓ ସୁବର୍ଣ୍ଣପୁରର ବାଲୁକାଶିଳ୍ପୀ ରାଜୁ ସାହୁ ।
୧୯୮୭ ମସିହାରୁ ପ୍ରତିବର୍ଷ ମେ ୩୧ରେ ପାଳିତ ହେଉଛି ବିଶ୍ବ ତମାଖୁ ବର୍ଜନ ଦିବସ । SAY NO TO TOBACCOର ବାର୍ତ୍ତା ଦେବା ସହ ନିଶାମୁକ୍ତି ଅଭିଯାନରେ ସାମିଲ ହେବାକୁ ବିଶ୍ବବାସୀଙ୍କୁ ଉତ୍ସାହିତ କରିଛି ସ୍ବାସ୍ଥ୍ୟ ସଂଗଠନ । ଏପଟେ OTT ପ୍ଲାଟଫର୍ମରେ ତମାଖୁ ବିଜ୍ଞାପନ ଉପରେ ରୋକ୍ ଲଗାଇଛନ୍ତି ଭାରତ ସରକାର ।
ତମାଖୁ...ନା ବାବା ନା...ଧୂଆଁର ବିଷ ବଳୟରେ ଅମୂଲ୍ୟ ଜୀବନକୁ ମୂଲ୍ୟହୀନ ନକରିବାକୁ ସାରା ବିଶ୍ବରେ ଜାରି ରହିଛି ନିଶାମୁକ୍ତି ଅଭିଯାନ । ଏବେ ସଂକଳ୍ପ ନେବାର ସମୟ, ବେଳ ଥାଉଥାଉ ନିଶା ରାକ୍ଷସ କବଳରୁ ନିଜକୁ ମୁକ୍ତ କରିବାକୁ ଆହ୍ବାନ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର