ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ । ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା । ହେଲେ କଣ୍ଟାବାଞ୍ଜିର ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ନବୀନଙ୍କୁ ପରାସ୍ତ କରିଛନ୍ତି । ତେବେ ପ୍ରଥମ ଥର ବିଧାନସଭାରେ ନବୀନ ଓ ଲକ୍ଷ୍ମଣ ଆମ୍ନା ସାମ୍ନା ହୋଇଛନ୍ତି । ଯେଉଁଥିରେ ନବୀନ ଲକ୍ଷ୍ମଣ ବାଗଙ୍କୁ କହିଛନ୍ତି ଓଃ ୟୁ ଡିଫିଡେଟ୍ ମି.... । ଏହା କହିବା ପରେ ପୁରା ବିଧାନସଭାରେ ସମସ୍ତେ ଠୋ ଠୋ ହୋଇ ହସିବାକୁ ଲାଗିଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ।