ଅନେକ ଦିନରୁ ପରିବାରରେ କଳହ ଲାଗି ରହିଥିଲା । ଆଜି ଦିପ୍ତିଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକ ଆସିଥିବା ବେଳେ ସେମାନଙ୍କୁ ପ୍ରତାପ ଓ ତାଙ୍କ ପରିବାର ଲୋକ ଘରେ ପୁରାଇ ଦେଇ ନଥିଲେ । ସେମାନଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ହତ୍ୟା ନେଇ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି ।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ...
ସ୍ବାମୀ ହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ

ଅନୁଗୁଳ : ଅନୁଗୁଳ କଣିହାଁ ଥାନା ବଡଗୁଣ୍ଡୁରୀ ଗାଁରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଶୌଚାଳୟରୁ ସନ୍ଦେହ ଜନକ ଅବସ୍ଥାରେ ଦିପ୍ତି ସାହୁଙ୍କ ମୃତଦେହ ଉଦ୍ଧାର । ତେବେ ଦିପ୍ତିଙ୍କୁ ତାଙ୍କ ସ୍ବାମୀ ପ୍ରତାପ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଦିପ୍ତିଙ୍କ ପରିବାର ଲୋକେ । ୭ ବର୍ଷ ତଳେ ପ୍ରତାପଙ୍କ ସହ ଦିପ୍ତିଙ୍କ ବିବାହ ହୋଇଥିଲା ।
Download Argus News App
