ଧାନ ପରେ ଅର୍ଥକାରୀ ଫସଲ ଭାବେ ମକାର ବେଶ ଚାହିଦା ରହିଥିବା ବେଳେ ଆର୍ଥିକ ଉନ୍ନତି ପାଇଁ ଏହି ଚାଷ କରିଥାନ୍ତି ଚାଷୀ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲ ଶୋଷଣର ଶିକାର ହେଉଛନ୍ତି ମକା ଚାଷୀ । କମ ଦରରେ ବିକି ଚାଷୀ କ୍ଷତି ସହୁଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳର ମକାଚାଷୀ ଏଭଳି ଅଭିଯୋଗ ଆଣିଛନ୍ତି । ଚନ୍ଦାହାଣ୍ଡିରେ ମକାମଣ୍ଡି ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରିଛନ୍ତି, କିନ୍ତୁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନରୁ ସ୍ଥାନୀୟ ଚାଷୀମାନେ ଚନ୍ଦାହାଣ୍ଡି ଠାରେ ଏକ ମକା ମଣ୍ଡି ର ବ୍ୟବସ୍ଥା କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରୁନି।
ଦୀର୍ଘ 24ବର୍ଷର ସ୍ଥିର ସରକାରରେ ଚାଷୀଙ୍କ ସ୍ବାର୍ଥ ପାଇଁ ମକା ମଣ୍ଡିଟେ କରିପାରିଲେ ନାହିଁ । ତତ୍କାଳୀନ ବିଜେଡି ସରକାର ଚନ୍ଦାହାଣ୍ଡି ଠାରେ ଏକ ମକା ମଣ୍ଡିର ବ୍ୟବସ୍ଥା ପାଇଁ ଘୋଷଣା କରିଥିଲେ କିନ୍ତୁ ବର୍ଷ ପରେ ବର୍ଷ ବିତିଲା ଆଜି ଯାଏଁ ହୋଇ ପାରିଲାନି ମଣ୍ଡି । ଫଳରେ କି ଚାଷୀମାନେ ଦଲାଲ ଲୁଟେରାଙ୍କ ହାବୁଡ଼ରେ ପଡି ଲୁଟର ଶିକାର ହେଉଛନ୍ତି।
ମକା ବିକ୍ରି ପାଇଁ ମଣ୍ଡି ନାହିଁ । ଯାହାର ଫାଇଦା ଉଠାଇ ଦଲାଲ୍ ସକ୍ରିୟ ହୋଇଛନ୍ତି । କ୍ବିଣ୍ଟାଲ ପ୍ରତି ୨ହଜାରରୁ ୨୨ଶହ ଟଙ୍କା ମୁଲଚାଲ୍ କରୁଛନ୍ତି । ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥା ହେଲେ ଚାଷୀଙ୍କ ଆର୍ଥିକ ଉନ୍ନତି ହେବା ସହ ମକାଚାଷ ପାଇଁ ଚାଷୀଙ୍କ ଆଗ୍ରହ ବଢ଼ନ୍ତା । ବର୍ତ୍ତମାନ ନୂଆଁ ସରକାର ଆସିଛି ଲୋକଙ୍କ ଭରଷା ଅଛି ନୂଆଁ ସରକାର ମକାମଣ୍ଡିର ବ୍ୟବସ୍ଥା କରିବେ ଏବଂ ଚାଷି ଉଚିତ୍ ମୂଲ୍ୟରେ ନିଜର ପରିଶ୍ରମ ର ପ୍ରାପ୍ୟ ପାଇପାରିବେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...