କଟକ: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ଏସସିବି ଟ୍ରମା icu ରେ ଲାଗିଛି ନିଆଁ । ପଞ୍ଚମ ମହଲାର ସେଣ୍ଟ୍ରାଲ icu ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗର ଟିମ୍ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
୨୦୨୩ ଫେବୃଆରୀ ୧ ରେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ଥାନା ବସଷ୍ଟାଣ୍ଡ ନିକଟରେ ଚଢ଼ାଉ ବେଳେ ୩୧ ଲକ୍ଷ ୨୭ ହଜାର ୫ ଶହ ଟଙ୍କାର ଜାଲନୋଟ ଜବତ କରିଥିଲା ସ୍ପେଶାଲ ଟାସ୍କଫୋର୍ସ। ମୁଖ୍ୟ ଅଭିଯୁକ୍ତ ଲିଙ୍ଗରାଜ ବେହେରା କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଧର୍ମୁ ରଣା ସେଠାରୁ ଫେରାର ହୋଇଯାଇଥିଲା । ଧର୍ମୁ ବିରୋଧରେ ଏବେ ମଧ୍ୟ ୱାରେଣ୍ଟ ଇସ୍ୟୁ ହୋଇଛି।
ଅର୍ଗସ ବ୍ୟୁରୋ: ବାଡ଼ା ବାଙ୍ଗା ପଞ୍ଚାୟତର ଜଙ୍ଗଲଘର ଗ୍ରାମ ଗ୍ରାମରେ ରହୁଥିବା ୧୦୦ରୁ ଅଧିକ ପରିବାର ଲୋକଙ୍କ ପାଇଁ ଗ୍ରାମରେ ମାତ୍ର ଦୁଇଟି ନଳକୂପ ରହିଛି ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଗୋଟିଏ ସମ୍ପୂର୍ଣ ଅଚଳ ଆଉ ଗୋଟିଏ ରୁ ଘଣ୍ଟାଏ ମାରିଲେ ଗୋଟିଏ ବାଲଟି ପାଣି ଗୋଳିଆ ମାଟି ପାଣି ବାହାରିବା ପରେ ପାଣି ବାହାରିବା ବନ୍ଦ ହୋଇଯାଏ । ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନିଜ ବ୍ଲକ ରେ ଲୋକେ ଏଭଳି ହନ୍ତସନ୍ତ ହେଉଛନ୍ତି ପିଇବା ପାଣି ପାଇଁ ଗତ ନିର୍ବାଚନ ପରେ ବିଧାୟକ ଙ୍କ ପାଦ ଗାଁରେ ପଡିନି ଲୋକଙ୍କ କହିବା ଅନୁସାରେ ଗାଁ ରାସ୍ତା ଦେଇ ବିଧାୟକ ନିଜର ଗାଡ଼ି ରେ ଯାଆନ୍ତି କିନ୍ତୁ ଗାଁ ଲୋକଙ୍କ ସମସ୍ୟା ଦେଖି ନାହାନ୍ତି।
ଗାଁ ରେ ୪ଟି ନଳ କୂଅ ଥିବା ବେଳେ ନଳକୂଅରୁ ଅଳ୍ପ ପାଣି ବାହାରୁଛି । ସେହି ପାଣିକୁ ବାଧ୍ୟ ହୋଇ ଗ୍ରାମ ବାସୀ ମାନେ ପାନୀୟ ରୂପରେ ବ୍ୟବହାର କରୁଛନ୍ତି । ଗାଁ ନିକଟ ବିଦ୍ୟାଳୟ ପଛ ପାର୍ଶ୍ୱରେ ଥିବା ଚୁଆ ସେମାନଙ୍କ ସାହା ଭରସା । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିଭଳି ମୁଖ୍ୟମନ୍ତ୍ରୀ ସବୁ ପଞ୍ଚାୟତ କୁ ଲକ୍ଷ୍ମୀ ବସ ଯିବା ଆସିବା କରିବ ବୋଲି ଘୋଷଣା କରିଥିଲେ କିନ୍ତୁ ଗାଁ ର ମହିଳା ମାନେ ଆଜି ଯାଏଁ ଲକ୍ଷ୍ମୀ ବସ ଦେଖି ପାରିନାହାନ୍ତି ଯାହାକୁ ନେଇ ମୁଖ୍ୟ ମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି ନାହିଁ ବୋଲି କହିଛନ୍ତି । ତେବେ କେବେ ଏହି ଗ୍ରାମରେ ସରକାରୀ ବାବୁମାନଙ୍କ ପାଦ ପଡ଼ିବ କେବେ ଏହି ଗାଁର ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ତାହାକୁ ଗ୍ରାମବାସୀମାନେ ଅପେକ୍ଷା କରି ରହିଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10 କିଲୋମିଟର ଗଲେ ପଡେ ଏହି ଗାଁ । ମାତ୍ର ବିକାଶ ଏଠି ପାଦ ମାଡିନି। ଗାଁକୁ ଯିବାକୁ ନାହିଁ ରାସ୍ତା ଫଳରେ ପ୍ରତିଦିନ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ଗ୍ରାମବାସୀ। ସେଥି ପାଇଁ ବୋଧେ ମାଡାମ ଟୁକୁନିଙ୍କ ଏହି ଗାଁକୁ ପାଦ ପଡିନି। ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ମାଡାମଙ୍କୁ ଦେଖି ନାହାନ୍ତି।
ଜଙ୍ଗଲ ପାହାଡ଼ ଘେରା ଡ଼ୁମଡୁମୀରେ 20 ରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ମୌଳିକ ସୁବିଧା କହିଲେ ଆଯିଯାଏଁ ଗାଁରେ କିଛି ପହଞ୍ଚିନି। ଗାଁରେ ଆଜିବି ଆବାସ ଅପହଞ୍ଚ। ଝାଟିମାଟିର ଚାଳ ଛପର ଘରେ ଏଠି ଆଜିବି ପକ୍କାଘର ଆଶାରେ ଗ୍ରାମବାସୀ। ପାନୀୟ ଜଳ ଯୋଗାଣ ଆଜିବି ଗାଁରେ ଅପହଞ୍ଚ। ବସୁଧା କଣ ଡ଼ୁମଡୁମୀବାସୀ ଯାଣି ନାହାନ୍ତି। କୂଅ ଏବଂ ଚୂଆ ପାଣି ଏଠି ଲୋକଙ୍କ ଶୋଷ ମେଣ୍ଟାଏ। ଗାଁରେ ପାଠପଢିବା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ। ଏବେବି ଏଠାରେ ଅନେକ ଶିଶୁ ପାଠପଢାରୁ ବିଚ୍ୟୁତ। ସେଭଳି ଆଜିଯାଏଁ ଗାଁକୁ ମୋବାଇଲ ନେଟୱର୍କ ମଧ୍ୟ ପହଞ୍ଚିନି। ନାହିଁ ନାହିଁର ଗାଁ ଡ଼ୁମଡୁମୀ। ଏଠି ବିକାଶ ବାଟବଣା ତ ନୁହେଁ ଦିବା ସ୍ବପ୍ନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: