୧୬୧୮ ଲିଟର ମହୁଲିମଦ ଜବତ କରାଯାଇଥିବାବେଳେ ୩୩୦ କୁଇଣ୍ଟାଲ ପୋଚ ନଷ୍ଟ କରାଯାଇଛି । ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର, ନନ୍ଦିପଦା, ସୋସୋ ଥାନାରେ ୧୩ଟି ମାମଲା ରୁଜୁ କରାଯାଇଛି । ନନ୍ଦପୁର ଥାନା ଅନ୍ତର୍ଗତ ମାଠିଆନେଣ୍ଡି, ହାଟସାହି,ପୁରୁଣାଘାଟି, ଘସିପୁରା ଥାନା ଅନ୍ତର୍ଗତ ମାର୍ଶାପାଳ, ଓସ୍ତପୁରା, ସୋସୋ ଥାନା ଅନ୍ତର୍ଗତ ଡଙ୍ଗାଚୁଆ, ମଧୁବନ, ଅନ୍ଧାରୀ, ନନ୍ଦିପଦା ଥାନା ଅଁରାଛକ, ଆଇତିପୁର ଛକ, ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁରରେ ଚଢ଼ଉ କରାଯାଇଥିଲା ।
ଚଢ଼ଉ ସମ୍ପର୍କରେ ଖବର ପାଇ ମଦ ମାଫିଆମାନେ ଖସି ପଳାଇଥିବା ସୂଚନା ମିଳିଛି । ଚଢ଼ାଉରେ ବିଭିନ୍ନ ଥାନାର ଅଧିକାରୀ ସାମିଲ ହୋଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...