Odisha Parba | ବିଶ୍ଵଭୂଷଣ ହରିଚନ୍ଦନଙ୍କୁ ଭବ୍ୟ ସ୍ଵାଗତ
ଦାନଗଦି ଭବନଠାରେ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ହୋଇଛି

ଅର୍ଗସ ବ୍ୟୁରୋ : ଆଜି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଦାନଗଦି ଭବନଠାରେ ଭରସା ପରିବାର ପକ୍ଷରୁ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ଏହି ଭରସା ପରିବାର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସଟି ଆୟୋଜିତ କରିଥିବା ବ୍ୟକ୍ତି ରବୀନ୍ଦ୍ର ସୁତାରଙ୍କ ନେତୃତ୍ବରେ ଏଠାରେ ଏହି ସଭାର ପରିଚାଳନା ପଦ୍ମନାଭ ମହାନ୍ତ। ଏଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭରସା ପରିବାର ରାଜ୍ୟ ସାଧାରଣ ସମ୍ପାଦକ ଶିବ ସୁନ୍ଦର ମିଶ୍ର, ରାଜ୍ୟ ସଭାପତି ଲମ୍ବୋଦର ମହାନ୍ତ ଓ ଉପସଭାପତି ବେଣୁଧର ମହାନ୍ତ,ଗକୁଳ ବିହାରୀ ପୃଷ୍ଟି,ସହେଦେବ ମହାନ୍ତ,ପଦ୍ମଲୋଚନ ନନ୍ଦ,ଅକତର ହୋସେନ ଖାଁନ, ସଭାନେତ୍ରୀ ମାଳତୀ ମହାନ୍ତ ଭରସା ପରିବାରର, ମୀନାକେତନ ପଟ୍ଟନାୟକ ଅନ୍ତର୍ଜାତିୟ ମାନବାଧିକାର
ରକ୍ଷକ,ପ୍ରମିଳା ସିଂ, ଶିଶୁ ସୁରକ୍ଷା ମଚ୍ଛର ମଣ୍ଟୁ ଦାସ, ଏହି ସଭାରେ ଯୋଗଦେଇଥିଲେ। ଏହି ଭରସା ପରିବାର ପକ୍ଷରୁ ହୋଇଥିବା ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ରେ ନାଚ,ଗୀତ ହେବା ସହିତ ଭରସା ପରିବାର ପକ୍ଷରୁ ଚଳିତ ବର୍ଷ ରକ୍ତ ଦାନ ଶିବିର ରେ ୬୪୪ ୟୁନୁଟି ରକ୍ତ ସଂଗ୍ରହ କରାଯାଇଛି ଓ ବୃକ୍ଷ ରୋପଣ ଏଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏବଂ ଭରସା ପରିବାର ସହିତ କୋଣ ଅନୁକୋଣ ରୁ ଅନେକ ସ୍ୱଚ୍ଛାସେବୀ ସଙ୍ଗଠନ ଆସି ସାମିଲ ହୋଇଥିଲେ। ଭରସା ପରିବାର ପକ୍ଷରୁ ସମସ୍ତ ସ୍ୱଚ୍ଚାସେବୀ ସଙ୍ଗଠନ ଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଅର୍ଗସ ନିୟୁଜୁ ରିପୋର୍ଟର ସନ୍ତୋଷ କୁମାର ମଲ୍ଲିକ ସମ୍ବର୍ଦ୍ଧନା କରାଯାଇଥିଲା। ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
Download Argus News App
