ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୫ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ଆକ୍ଟିଭ କେସ ୧୩ ରେ ପହଁଚିଲା । ସପ୍ତାହକ ମଧ୍ୟରେ ସଂଖ୍ୟା ବଢି ୧୩ ରେ ପହଁଛିଛି । କରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ-୧କୁ ନେଇ ଏବେ ବଢ଼ିବାରେ ଲାଗିଛି ଭୟ । ଗତ ଶନିବାର ରାଜ୍ୟରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ । ରାଜ୍ୟର କୋଭିଡ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ କୋଭିଡ ଟେଷ୍ଟ ବଢାଇବାକୁ ପରାମର୍ଶ ଦିଆଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଅନ୍ତିମ ପର୍ଯ୍ୟାୟ ତାଲିକାକୁ ନେଇ ବିଜେଡିରେ ବଢିଲା ବିବାଦ । ଖଣ୍ଡପଡା ଓ ନୀଳଗିରିରେ ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ବିଦ୍ରୋହ, ଦଳ ଛାଡିଲେ ନେତା । ଦେବଗଡରେ ରାଣିଙ୍କ ଉପରେ ହେଲାନି ଭରସା ପ୍ରାର୍ଥୀ ବଦଳାଇ ରୋମାଞ୍ଚଙ୍କୁ ସୁଯୋଗ ଦେଲା ଶାସଦ ଦଳ । ରାଜନୀତି ସମୀକ୍ଷକଙ୍କ ବୟାନ- ସମ୍ବଲପୁର ହାରିବା ଜାଣି ସ୍ଥିତି ବଞ୍ଚାଇବା ଲାଗି ମାଆଙ୍କୁ କୋରେଇ ଟିକେଟ୍ ଦେଲେ ବବି । ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ପ୍ରକାଶ କରିଛି ବିଜେଡି । ନୀଳଗିରିରେ ଆମଦାନୀ ନେତା ସୁକାନ୍ତ ନାୟକଙ୍କୁ ଦଳ ସୁଯୋଗ ଦେଇଥିବା ବେଳେ ଖଣ୍ଡପଡାରେ ସାବିତ୍ରୀ ପ୍ରଧାନଙ୍କୁ ମିଳିଛି ଟିକେଟ୍ । ଦେବଗଡରେ କ୍ୟାଣ୍ଡେଡ୍ ଥିବା ରାଣୀ ଅରୁନ୍ଧତି ଦେବୀଙ୍କୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି ଦଳ । ଏ ସବୁ ଭିତରେ କୋରେଇ ଆସନର ପ୍ରାର୍ଥୀଙ୍କୁ ନେଇ ଭିତରେ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚା । କାରଣ କୋରେଇରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ସ୍ବର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସ ଙ୍କୁ କ୍ୟାଣ୍ଡେଟ୍ କରିଛି ଦଳ । କୋରେଇ ଆସନକୁ ନେଇ ବେଶ୍ କିଛି ଦିନ ହେବ ବବି-ଡ୍ୟାନି ଙ୍କ ମଧ୍ୟରେ ଲାଗି ରହିଥିଲା ଛକାପଞ୍ଝା । ଏପରିକି ଡ୍ୟାନି ଘଡେଇ ବା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ନିଜ ସ୍ତ୍ରୀ ତଥା ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଙ୍କୁ କୋରେଇରେ ବୁଲାଇବା ସହିତ ଟିକେଟ୍ ଲବି ଚଲାଇଥିଲେ । କିନ୍ତୁ ସମ୍ବଲପୁର ହାରିବା ସୁନିଶ୍ଚିତ ଜାଣି ସ୍ଥିତି ବଞ୍ଚାଇବାକୁ ମାଙ୍କୁ କୋରେଇ ଟିକେଟ୍ ବବି ଦେଇଥିବା ରାଜନୈତିକ ସମୀକ୍ଷକ ମାନେ ପ୍ରକାଶ କରିଛନ୍ତି ।
ସେପଟେ ସାଙ୍ଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସ ତଥା ବବିଙ୍କ ମାଙ୍କୁ ଟିକେଟ୍ ମିଳିବା ପରେ ଦଳର ଗୋଟିଏ ପରିବାର ଗୋଟିଏ ଟିକେଟ୍ ନୀତି କୂଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । କାରଣ ଖୋଦ୍ ଦଳର କିଛି କୁହାଳିଆ ମୁଖପାତ୍ର ଏବଂ ଆଗ ଧାଡିର ବିଧାୟକ ଅରିନ୍ଦମ ରାୟ ଦଳ ଛାଡିବା ବେଳେ ବବିଙ୍କ ଗୁଣଗାନ କରି ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିଲା କି ବବି ଚାହିଁଥିଲେ ନିଜ ଭିଣେଇ ଅରିନ୍ଦମକୁ ଟିକେଟ୍ ଦେଇ ପାରିଥାନ୍ତେ କିନ୍ତୁ ଗୋଟିଏ ପରିବାର ଗୋଟିଏ ଟିକେଟ୍ ନୀତିରେ ଅରିନ୍ଦମଙ୍କ କଥା ଶୁଣିନଥିଲେ । କିନ୍ତୁ ବର୍ତ୍ତମାନ ବବିଙ୍କ ମା ଙ୍କୁ ଟିକେଟ୍ ମିଳିବା ପରେ ସବୁ ଆଡେ ସେଇ ଗୋଟିଏ ପ୍ରଶ୍ନ କୁଆଡେ ଗଲା ବିଜେଡିର ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ନୀତି ।
କେବଳ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ନୁହେଁ ବରଂ ସୁଦାମ ମାର୍ଣ୍ଡି ଓ ତାଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡି, ସୁଧୀର ସାମଲ ଓ ତାଙ୍କ ପୁତୁରା ଅବିନାଶ ସାମଲ, ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ଟିକେଟ୍ ଦେଇଛି ଦଳ । ଅନ୍ତିମ ପର୍ଯ୍ୟାୟ ତାଲିକା ଘୋଷଣା ହେବା ପରେ ବିଜେଡିରେ ବଢିଛି ବିବାଦ । ଖଣ୍ଡପଡାରେ ଟିକେଟ୍ ଆଶାୟୀ ଥିବା ଅନୁଭବ ପଟ୍ଟନାୟକଙ୍କୁ ଦଳ କ୍ୟାଣ୍ଡେଟ୍ ନ କରି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଦଳ ଛାଡିଛନ୍ତି ଅନୁଭବ । ଏପରିକି ତାଙ୍କୁ ବ୍ୟବହାର କରି ନଜ ସ୍ବାର୍ଥ ସାଧନ କରିବା ପରେ ବିଜେଡି ଜଣେ ଅପରାଧୀକ ପରିବାରକୁ ଟିକେଟ୍ ଦେଇଥିବା ଲେଖିଛନ୍ତି ଅନୁଭବ । ସେହିପରି ନୀଳଗିରିରେ ଆମଦାନୀ ନେତା ସୁକାନ୍ତ ନାୟକଙ୍କୁ ଟିକେଟ୍ ମିଳିବା ପରେ 2019 ରେ ଦଳର କ୍ୟାଣ୍ଡେଟ୍ ଥିବା ସନ୍ତୋଷ ଖଟୁଆ ମଧ୍ୟ ଦଳ ଛାଡିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ବିଶ୍ୱରର ସବୁଠାରୁ ୧୦ ବିଷଧର ସାପ ମାନଙ୍କ ମଧ୍ୟରୁ ୯ ଟି ସାପ ଅଷ୍ଟ୍ରେଲିଆରେ ମିଳିଥାଏ। ଏଥିରୁ ସବୁଠାରୁ ବିଷଧର ହେଉଛି ଇନଲ୍ୟାଣ୍ଡ ତାଇପେନ୍ ସାପ। ଏହାର ବିଷ ୧୦୦ ଜଣଙ୍କୁ ମୃତ୍ୟୁ ମୁଖରେ ପଡାଇବାକୁ ଯଥେଷ୍ଟ। ଏହାର ଏକ ବିଶେଷ ଗୁଣ ହେଉଛି ଏହା ରଙ୍ଗ ପରିବର୍ତ୍ତନ ବରିବା ସାପମାନଙ୍କ ମଧ୍ୟରେ କେବଳ ଏକା । ନ୍ୟାସନାଲ ଜିଓଗ୍ରାଫିକ ଅନୁସାରେ ସାରା ବିଶ୍ୱରେ ସାପମାନେ ୩ ହଜାର ପ୍ରଜାତିର ଅଛନ୍ତି। ଏଥିରୁ ପାଖାପାଖି ୬୦୦ ବିଷଧର ଥାଆନ୍ତି। ଏଥିରୁ ମଧ୍ୟ ୭ ପ୍ରତିଶତ ଏତେ ବିଷଧର ଯେ, ଯେକୌଣସି ବ୍ୟକ୍ତିଙ୍କୁ କାମୁଡିବ ତାର ମୃତ୍ୟୁ ସୁନିଶ୍ଚିତ। ତେବେ ଆମେ ଯେଉଁ ରଙ୍ଗ ବଦଳୁଥିବା ସାପ ବିଷୟରେ ଆଲୋଚନା କରୁଛେ ତାର ନାମ ଇନଲ୍ୟାଣ୍ଡ ତାଇପେନ । ଏହା ମଧ୍ୟମ ଆକାରର କିନ୍ତୁ ଦୁନିଆର ସବୁଠାରୁ ବିଷଧର ସାପ।।
ଏହାର ରଙ୍ଗ ପରିବର୍ତ୍ତନ ହୋଇ ହାଲକା ବାଦାମି ରୁ ଗାଢ ବାଦାମୀ ଏବଂ ହଳଦିଆ ପର୍ଯ୍ୟନ୍ତ ହୋଇପାରେ। ଏହି ସାପର ରଙ୍ଗ ଋତୁ ପରିବର୍ତ୍ତନ ଅନୁସାରେ ପରିବର୍ତ୍ତିତ ହୋଇଥାଏ। ଶୀତ ଦିନରେ ରଙ୍ଗର ଗାଢ ହେବା ସହ ଗରମ ଦିନେ ଏହାର ରଙ୍ଗ ହଲକା ରହିଥାଏ। କୁହାଯାଉଛି ଯେ ପୃଥିବୀରେ ଯେତେ ବି ସାପ ଅଛନ୍ତି ଏ ସବୁଠାରୁ ଅଧିକ ବିଷଧର। ଏଥିରୁ ବାହାରୁ ଥିବା ବିଷକୁ ବୈଜ୍ଞାନିକମାନେ ନାଁ ଦେଇଛନ୍ତି ଏଲଡି୫୦ । ଏହାର ବିଷ ଏକାସାଙ୍ଗେ ଅନେକ ଲୋକଙ୍କ ମାରି ଦେଇଥାଏ। ଏଥିପାଇଁ ଏହି ଭୟଙ୍କର ସାପକୁ କାଟାଗୋରୀରେ ରଖାଯାଇଛି। ଏହା ବହୁତ ଲାଜକୁଳା। ଉକସାଇବା ମାତ୍ରକେ ଆକ୍ରମଣ କରିଥାଏ। ଏହା କୋବ୍ରାଠାରୁ ମଧ୍ୟ ଅତିଭୟଙ୍କର ସାପ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ତତଲା କଡେଇରେ ଭାଜି ହେଉଛି ପୁରା ଓଡିଶା । ସ୍ମର୍ଟ ସିଟି ବି ଏଥିରୁ ବାଦ୍ ପଡିନି । ଲଗାତର ୧୫ ଦିନ ଧରି ରାଜଧାନୀରେ ହେଉଛି ଅଗ୍ନିବର୍ଷା ପାରଦ ୪୦ ଡିଗ୍ରୀ ଉପରେ । ଏବେ ବାଇକ ଅରୋହିଙ୍କ ଲାଗି ବିଏମସି କରିଛି ଚିନ୍ତା । ରାଜଧାନୀର ବ୍ୟସ୍ତ ବହୁଳ ଟ୍ରାଫିକ୍ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା । ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା । ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମସି ।
ବାଇକ ଆରୋହୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତ ଦେବାକୁ ଭୁବନେଶ୍ୱରରେ ପ୍ରାଥମିକ ପର୍ଯ୍ୟାୟରେ ନାଲୋକ ଛକ ଭଳି ପ୍ରମୁଖ ୧୦ ଛକରେ ଏଭଳି ଲାଗିଛି । ଆଗାମୀ ଦିନରେ ଭୁବନେଶ୍ୱର ଟ୍ରାଫିକ ଫ୍ଲୋ ଦେଖି ଅନ୍ୟ ଛକରେ ଏଭଳି ଗ୍ରୀନ ସ୍ୟାଡ଼ ଲଗାଇବ ବୋଲି ବିଏମସି କମିଶନର କହିଛନ୍ତି । ନିର୍ବାଚନ ପୂର୍ବରୁ ଏହା ଗୋଟେ ପ୍ରହସନ ୨ ମାସ ଧରି କୁଆଡେ ଥିଲେ ଏବେ ମନେ ପଡ଼ିଲା ଟେଣ୍ଟ ବାନ୍ଧିବାକୁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ବିଏମସି ଏ ପଦକ୍ଷେପକୁ କିଛି ଲୋକେ ସ୍ୱାଗତ କରିଥିବା ବେଳେ ପୂର୍ବରୁ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ଲୋକ । କାର ଭିତରେ ବସିଥିବା ବ୍ୟକ୍ତି (ଛୋଟ ପାର୍ଟଟେ ବ୍ୟବହାର କରିବ) ରାଜଧାନୀର ସୌନ୍ଦର୍ଯ୍ୟକରଣ ନାଁରେ ହଜାର ହଜାର ଗଛ କାଟିବେ ଅନ୍ୟପଟେ ରାସ୍ତାରେ ପାଲ ଢାଙ୍କି ପ୍ରହସନ କରୁଛି ବିଏମ୍ସି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଗୋଟେ ପଟେ ରାଜଧାନୀର ସୌନ୍ଦର୍ଯ୍ୟକରଣ ନାଁରେ ବିଏମ୍ସି କାଟୁଛି ଗଛ ଅନ୍ୟପଟେ ତାତିରୁ ସୁରକ୍ଷା ପାଇଁ ବାନ୍ଧୁଛି ଟେଣ୍ଟ। ଜଳଛତ୍ର ପରି ଫେଲ ମାରିବନି ତ ଏହି ଟେଣ୍ଟ ପ୍ରହସନ ।