ଲୋକେ ଜାଣି ଖୋଜାଖୋଜି କରିବା ପରେ ଟ୍ୟାଙ୍କ ରୁ ଶିଶୁପୁତ୍ର କୁ ଉଦ୍ଧାର କରି ଗୁରୁତର ଅବସ୍ଥା ରେ ପଟ୍ଟାମୁଣ୍ଡାଇ ମେଡିକାଲ ରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ଙ୍କ ଦ୍ୱାରା ମୃତ ଘୋଷଣା କରିଥିଲେ l
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମରେ ଆଜି ସନ୍ଧ୍ୟା 5 ଟା ସମୟରେ ଗାଁ ର ଅଷ୍ଟମ ପ୍ରହରୀ ପାଇଁ କୀର୍ତନ ଦଳ ବୁଲୁଥିବା ସମୟରେ ପ୍ରକାଶ ନାୟକ ଙ୍କ ପୁଅ ପ୍ରିନ୍ସ ନାୟକ କୀର୍ତନ ଦଳ ସହ ମଧ୍ୟ ବୁଲୁଥିଲା l ଗ୍ରାମର ଜଣଙ୍କ ଘରେ କୀର୍ତନ ଦଳ ବୁଲି ଆସିବା ପରେ ପ୍ରିନ୍ସ ସେହି ଘରେ ଥିବା ଏକ ପାଣି ଟ୍ୟାଙ୍କି ରେ ଗଳିପଡିଥିଲା l
ଲୋକେ ଜାଣି ଖୋଜାଖୋଜି କରିବା ପରେ ଟ୍ୟାଙ୍କ ରୁ ଶିଶୁପୁତ୍ର କୁ ଉଦ୍ଧାର କରି ଗୁରୁତର ଅବସ୍ଥା ରେ ପଟ୍ଟାମୁଣ୍ଡାଇ ମେଡିକାଲ ରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ଙ୍କ ଦ୍ୱାରା ମୃତ ଘୋଷଣା କରିଥିଲେ l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ। ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୬ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାତିରୁ ମିଳିବନି ନିସ୍ତାର ବୋଲି ସୂଚନା ରହିଛି। ତେବେ କ୍ରମାଗତ ଭାବେ ୧୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା। ସେପଟେ ୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ସମ୍ବଲପୁର, ସୋନପୁର, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡା, ଅନୁଗୁଳ, ଦେଓଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ସୁଜାତା କାର୍ତ୍ତିକେୟନଙ୍କୁ ଇସିଆଇ ଛାଟ । ବିଜେପିର ଅଭିଯୋଗ ପରେ ସୁଜାତାଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଖବର। ମିଶନ ଶକ୍ତି କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣିଛି ବିଜେପି। ବିଜେଡିର ରାଜନୈତିକ ଫାଇଦା ପାଇଁ SVEEP କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ନେଇ ହୋଇଛି ଅଭିଯୋଗ। ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି। ଅଭିଯୋଗ ଅନୁଯାୟୀ ବିଜେଡି ନେତା ତଥା ଅବସରପ୍ରାପ୍ତ ଆଇଏଏସ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ଯିଏକି ମିଶନ ଶକ୍ତି କମିଶନର ତଥା ସଚିବ ଭାବେ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି।
ସେ ବିଜେଡିକୁ ରାଜନୈତିକ ଫାଇଦା ପହଞ୍ଚାଇବାକୁ ସରକାରୀ କଳର ଦୁରୁପଯୋଗ କରୁଛନ୍ତି। ନିଜ ସ୍ବାମୀଙ୍କ ଦ୍ବାରା ପ୍ରଭାବିତ ହୋଇ ସୁଜାତା ପେଶଦାର ମନୋଭାବକୁ ଜଳାଞ୍ଜଳି ଦେଇ ବିଜେଡିର ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ କରିଛି ବିଜେପି। ଯେହେତୁ ତାଙ୍କ ସ୍ବାମୀ ପାଣ୍ଡିଆନ ବିଜେଡିର ଜଣେ ଆଗ ଧାଡ଼ିର ନେତା ତେଣୁ ନିଜକୁ ସର୍ବସାଧାରଣ କାର୍ଯ୍ୟକ୍ରମରୁ ସୁଜାତା ଦୂରେଇ ରଖିବା ଆବଶ୍ୟକ ଥିଲା କିନ୍ତୁ ଏହା ପରିବର୍ତ୍ତେ ସେ ବିଜେଡିର ଜଣେ ଆଗ ଧାଡ଼ିର କର୍ମୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି ଯାହା ପୂର୍ବରୁ କେବେ ଶୁଣିବାକୁ ମିଳିନଥିବା ବିଜେପି ଅଭିଯୋଗ କରିଛି।
ଏହାଛଡ଼ା ମିଶନଶକ୍ତି ବିଭାଗ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସରକାରୀ ସହାୟତା ବନ୍ଦ କରିଦିଆଯିବାର ଭୟ ଦେଖାଇ ବିଜେଡି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ବାଧ୍ୟ କରୁଛି। ଭୋଟରଙ୍କୁ ସଚେତନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଚାଲିଥିବା ସିଷ୍ଟୋମାଟିକ୍ ଭୋଟର୍ସ ଏଜୁକେଶନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସପେସନ୍ SVEEP କାର୍ଯ୍ୟକ୍ରମର ଦୁରୁପଯୋଗ କରି ବିଜେପି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରାଯାଉଛି।
ତେଣୁ ଭାରତୀୟ ନିର୍ବାଚନ କମିଶନ ତାଙ୍କ ନିରପେକ୍ଷତା ପ୍ରତିଷ୍ଠା ବଜାୟ ରଖିବା ପାଇଁ ନିର୍ବାଚନ ଶେଷ ହେବା ଯାଏ ସୁଜାତା କାର୍ତ୍ତିକେୟନଙ୍କୁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ଓ ସଚିବ ପଦରୁ ଅବ୍ୟାହତି ଦେବାକୁ ଦାବି କରିଥିଲା ବିଜେପି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ ସାଂସଦ ସୁଧାଂଶୁ ତ୍ରିବେଦୀ ଏବଂ ଓମ୍ ପାଠକଙ୍କୁ ନେଇ ବିଜେପିର ପ୍ରତିନିଧି ଦଳ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଏହି ଦାବି କରିଥିଲେ। ବିଜେପିର ଦାବି ଆଧାରରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ବଦଳି ପାଇଁ ଇସିଆଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସ ଗଡ଼ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ। ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।
ଉତ୍ତରପ୍ରଦେଶର ଏହି ଦୁଇଟି ଆସନ କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ତାଙ୍କ ସ୍ଥାନରେ ଏଥର ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍କୃତି ଇରାନୀ । ଚଳିତ ଥର ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ଏହି ଆସନରେ ସ୍ମୃତିଙ୍କୁ ଟକ୍କର ଦେବେ କଂଗ୍ରେସର କିଶୋରୀ ଲାଲ ଶର୍ମା।
ଅଧିକ ପଢ଼ନ୍ତୁ ରାଜନୀତି ଖବର