ଆସନ୍ତା ୧୩ ତାରିଖରୁ ୧୬ ପର୍ଯ୍ୟନ୍ତ ଜୋନାଲ ଟୁର୍ଣ୍ଣାମେଣ୍ଟ ଜାମସେଦପୁର ଠାରେ ଖେଳାଯିବ । କିନ୍ତୁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି । ଏ ପର୍ଯ୍ୟନ୍ତ କୌଣସି ସରକାରୀ ପ୍ରୋତ୍ସାହନ ଉପଲବ୍ଧ ହୋଇନାହିଁ । ଖେଳର ବିକାଶ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ସହଯୋଗ ମିଳିଲେ ଉଭୟ ପୁରୁଷ ଏବଂ ମହିଳା ଖେଳାଳି ମାନେ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରିପାରନ୍ତେ ବୋଲି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଡୁକେସନ ଆଣ୍ଡ କେୟାରର ନିର୍ଦେଶକ ଡ଼. ଶିଶିର କୁମାର ଦାସ କହିଛନ୍ତି ।
ଓଡିଶା ଦୃଷ୍ଟିହୀନ ଫୁଟବଲ ଟିମର ତାଲିମ ଶିବିର

ଅର୍ଗସ ବ୍ୟୁରୋ : ଓଡିଶା ଦୃଷ୍ଟିହୀନ ଫୁଟବଲ ଟିମର ତାଲିମ ଶିବିର । ଜାତୀୟ ଦୃଷ୍ଟିହୀନ ସଂଘ-ଓଡିଶା ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଏଡୁକେସନ ଆଣ୍ଡ କେୟାରର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ଫୁଟବଲ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଏହି ତାଲିମ ଶିବିର ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଓଡ଼ିଶାର ୩୦ ଜଣ ମନୋନୀତ ଖେଳାଳି ଭାଗ ନେଉଛନ୍ତି ।
Download Argus News App
