ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ରେ ପ୍ରଥମେ ସରକାରି ଜମି ଉପରେ ଜବର୍ ଦାଖଲ କରିଥିବା ୨୨ ଜଣ ଙ୍କ ଘର ଓ ଦୋକାନ କୁ ଭଙ୍ଗା ଯାଇଥିଲା। ଏଥିପାଇଁ ରାସ୍ତା ଓସାର କୁ ୪୫ ଫୁଟରେ ସୀମିତ ରଖାଯାଇଥିଲା। ତେବେ ଏହି ରାସ୍ତା ରେ ପଡୁଥିବା ପୌର ପରିଷଦ ର ଷ୍ଟଲ ଭାଙ୍ଗିବା ନେଇ ପୌର ପରିଷଦ ନିଷ୍ପତି ନେବେ ଓ ପଟା ଜମି ଉପରେ ଥିବା ଘର ଭାଙ୍ଗିବା ନିଷ୍ପତି ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେବେ ବୋଲି ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଥିବା ଉମରକୋଟ ତହସିଲଦାର ଏନ୍ ଜଗତ ଜିବନ ଚୌଧୁରୀ ସୁଚନା ଦେଇଛନ୍ତି।
ଉଚ୍ଛେଦ ସମୟ ରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ପୋଲିସ ବିଭାଗ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପସ୍ଥିତ ଥିଲେ । ଉଚ୍ଛେଦ କାର୍ଯରେ 3 ଟି ବୁଲ ଡଜର, ଦୁଇଟି ଟିପର 4 ଟି ଟ୍ରାକ୍ଟର କୁ ପ୍ରଶାସନ ନିୟୋଜିତ କରିଥିଲା।