ଗତକାଲି ସନ୍ଧ୍ୟା ସମୟରେ ଶୁଆ ଚୋରା ଚାଲାଣ କରାଯାଉଥିବା ଖବର ପାଇ ବନ ବିଭାଗ ସେଠାରେ ପହଂଚି ଚଢ଼ାଉ କରିଥିଲେ । ବନ ବିଭାଗ ପକ୍ଷରୁ ବନ ଅଧିକାରୀ ଦୁର୍ଯ୍ୟଧନ ବେଜ ସଦଳବଳେ ଘଟଣାସ୍ଥଳରେ ପହଂଚି ୫ଟି ଶୁଆକୁ ଉଦ୍ଧାର କରିଥିଲେ । କିନ୍ତୁ ଘଟଣାସ୍ଥଳରୁ ଶୁଆ ଧରାଳି କୌଶଳ କ୍ରମେ ଫେରାର ହୋଇଯାଇଥିଲେ । ଚଢାଉ ସମୟରେ ସ୍ନେକହେଲ୍ପ ଲାଇନ ସଦସ୍ୟ ଗଣ ମଧ୍ୟ ଉପସ୍ଥିତ ଥିଲେ ।
ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣ ବେଳେ ଚଢାଉ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢାଉ। ବନ ବିଭାଗ ପକ୍ଷରୁ ୫ ଶୁଆକୁ ଉଦ୍ଧାର କରାଯାଇଥିବାବେଳେ ଶୁଆ ଧରାଳି ଫେରାର ହୋଇଯାଇଥିବା ସୂଚନା ରହିଛି । କିଛି ବ୍ୟକ୍ତି ଦୀର୍ଘ ଦିନ ହେବ ଦଶରଥପୁର ଅଂଚଳରୁ ଶୁଆ ଧରି ରାଜ୍ୟ ବାହାର ତଥା କୋଲକତା ନିକଟସ୍ଥ ମୁର୍ଶିଦାବାଦକୁ ଚୋରାରେ ଶୁଆ ଧରି ଚାଲାଣ କରୁଥିଲେ । ଯେଉଁଥିରେ ସେମାନେ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିଲେ ।
Download Argus News App
