ଘଟଣା ସଂପର୍କରେ ଶ୍ରମ ମନ୍ତ୍ରୀଙ୍କୁ ପଚରାଯିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯି ବୋଲି କହିଛନ୍ତି । 2015ରୁ 19 ମଧ୍ୟରେ 4134 ଜଣ ପ୍ରବାସୀ ଶ୍ରମିକଙ୍କୁ ସରକାର ଉଦ୍ଧାର କରିଛନ୍ତି ବୋଲି କହିଛନ୍ତି । ଏହି ସମୟ ଭିତରେ ମଧ୍ୟରେ ଅନ୍ୟ ରାଜ୍ୟକୁ କାମ ଖୋଜିବାକୁ ଯାଇ ରାଜ୍ୟର 142 ଶ୍ରମିକ ଅକାଳରେ ମୃତ୍ୟୁ ମୁଖରେ ପଡିଥିବା ପୂର୍ବରୁ ବିଧାନସଭାରେ କହିଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ତେବେ 2019ରୁ ବର୍ତ୍ତମାନ ସୁଦ୍ଦା କେତେ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରୁଥିବା ବେଳେ ଜୀବନ ହରାଇଛନ୍ତି ତାର ହିସାବ ଶ୍ରମ ବିଭାଗ ପାଖରେ ନାହିଁ। ଉପକୂଳରୁ ଉପାନ୍ତ ସବୁଠି ଦାଦନ ଦୁଃଖରେ ସଢୁଛନ୍ତି ଲୋକେ । କେତେବେଳେ ଶ୍ରମିକଙ୍କ ଶବ ଆସୁଛି କେତେବେଳେ ହାତ ଗୋଡ ହରାଇ ଦିବ୍ୟାଙ୍ଗ ହୋଇ ଫେରୁଛନ୍ତି ଶ୍ରମିକ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।