ଏମିତିକି କିଛି କିଛି ସ୍ଥାନରେ ଝଡ଼ ତୋଫାନ ସହିତ ୪୦ ରୁ ୫୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡା ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ମୟୂରଭଞ୍ଜ, କେନ୍ଦୁଝର ବାଲେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡି ମାରିବା ସମ୍ଭାବନା ରହିଛି ।
ସେପଟେ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିବା ସହିତ ଆଜି ଟ୍ୱିନସିଟିରେ ବି ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଅନ୍ୟପଟେ ପ୍ରଚଣ୍ଡ ତାତି ପରେ ଏବେ ମେଘୁଆ ପାଗ ଯୋଗୁଁ ଲୋକେ ଖୁବ ଆଶ୍ୱସ୍ତି ହୋଇଛନ୍ତି । ଶିତୁଳିଆ ପାଗକୁ ମନଭରି ଉପଭୋଗ କରୁଛନ୍ତି । ତାପମାତ୍ରା କମିଥିବାରୁ ମଣିଷଠୁ ପଶୁପକ୍ଷୀ ସମସ୍ତେ ଆଶ୍ୱସ୍ତ ।
ଆହୁରି ପଢନ୍ତୁ ପାଣିପାଗ ଖବର...