ଅହିଂସା ଉପାୟରେ ଦେଶରୁ ଇଂରେଜ ସରାକରଙ୍କୁ ତଡ଼ି ସ୍ଵାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ । ତାଙ୍କ ନେତୃତ୍ଵରେ ହିଁ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା। ଆମରଣ ଅନଶନରେ ବସି ସ୍ଵାଧୀନତାର ସ୍ଵପ୍ନ ଦେଖୁଥିବା ବାପୁ ବର୍ଷ ବର୍ଷ ଧରି ଫିରିଙ୍ଗୀଙ୍କ କାଳକୋଠରୀରେ ଜେଲଦଣ୍ଡ ଭୋଗିଥିଲେ।
ଲାଠି ଓ ସତ୍ୟାଗ୍ରହ ଆଗରେ ସେଦିନର ସାମ୍ରାଜ୍ୟବାଦୀ ବ୍ରିଟିଶ୍ ସେନାର ଶକ୍ତି ହାର ମାନିବାକୁ ବାଧ୍ୟ ହୋଇଥିଲା। ସେହି ମହାପୁରୁଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ସବୁଆଡେ ତାଙ୍କ ଜୟନ୍ତୀ ପାଳନ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର