ଅଧିକ ପଢନ୍ତୁ ଓଡିଶା ଖବର
ତେବେ ରୋଗର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ଯ ଏବଂ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ର ଡାକ୍ତରୀ ଟିମ କାଲିମେଳା କୁ ଘନ ଘନ ଗସ୍ତ କରି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି l ଆଜି ମାଇକ୍ରୋବାୟୋଲୋଜି ବିଭାଗର ସହକାରୀ ପ୍ରଫେସର ପ୍ରିୟରଞ୍ଜନ ଲେଙ୍କା, ଶିଶୁରୋଗ ବିଭାଗ ସହକାରୀ ପ୍ରଫେସର ଦିବ୍ୟ ରଞ୍ଜନ ପଣ୍ଡା, କମୁନିଟି ମେଡିସିନ ବିଭାଗର ସହକାରୀ ପ୍ରଫେସର ପ୍ରଭୁଃ ପ୍ରସାଦ ପଟ୍ଟନାୟକ କାଲିମେଳା ରେ ପହଁଚି ସ୍ୱାସ୍ଥ୍ୟକେନ୍ଦ୍ର ରେ ଥିବା ପିଲାଙ୍କ ସ୍ୱାସ୍ଥ୍ୟ ବସ୍ତା ପଚାରି ବୁଝିବା ସହ ଏହି ସଂକ୍ରମଣ ଆଗକୁ କିପରି ନ ବଢେ ସେ ନେଇ ପଦକ୍ଷେପ ନିଆଯିବ ସୂଚନା ଦେଇଥିଲେ l ବର୍ତ୍ତମାନ ସୁଦ୍ଧା କାଲିମେଳା ସ୍ୟାସ୍ଥ୍ୟ କେନ୍ଦ୍ର ରେ 10 ଜଣ ଛାତ୍ର ଚିକିତ୍ସା ଧିନ ଥିବା ବେଳେ ସମସ୍ତଙ୍କ ସ୍ୟାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି l ସ୍ୟାସ୍ଥ୍ୟ ବିଭାଗ ତରଫରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l