ରିଆମାଳ ଥାନା କଂସର ପୋଲିସ ଫାଣ୍ଡି ଅନ୍ତର୍ଗତ ବଞ୍ଜାରୀ ଗ୍ରାମରେ ବିପୁଳ ପରିମାଣର ବେଆଇନ ଗଞ୍ଜେଇ ଗଚ୍ଛିତ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଏସଟିଏଫର ଏକ ଟିମ ମଙ୍ଗଳବାର ବିଳମ୍ବିତ ରାତି ଚଢଉ କରିଥିଲା । ଚଢଉ ସମୟରେ ସେଠାରେ ଥିବା ଅଖା ବସ୍ତା ବୋଝେଇ ଏକ ଟ୍ରକ ଭିତରୁ ୮୭ ବସ୍ତା ବେଆଇନ ଗଞ୍ଜେଇ ଠାବ କରାଯାଇଥିଲା । ଏହାକୁ ଜବତ କରିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଏକ ଟ୍ରକ, ଏକ ହାଇୱା ଓ ଏକ ପିକଅପ ଭ୍ୟାନ ଜବତ କରିଥିଲା ।
ମାଜିଷ୍ଟ୍ରେଟ ରାଜିବ ଲୋଚନ ନାୟକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରୁ ଏହାର ପରିମାଣ ୧ ଟନ ୧ କ୍ୱିଂଟାଲ ୩ କେଜି ୯୯୦ ଗ୍ରାମ ବୋଲି ଜଣାପଡିଥିଲା । ଜାହାର ବଜାର ମୂଲ୍ୟ ଏକ କୋଟିରୁ ଅଧିକ ଟଙ୍କା ବୋଲି ଜଣାପଡିଛି । ତେବେ ଗିରଫ ହୋଇଥିବା ଆସିଷ ଜଣେ ପେଷାଦାର ଗଞ୍ଜେଇ ବେପାରୀ ହୋଇଥିବା ବେଳେ ୨୦୨୧ ମସିହାରେ ପ୍ରାୟ ୨ ଟନ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏସଟିଏଫ୍ ଦ୍ୱାରା ଗିରଫ ହୋଇଥଲା । ଏହି ଘଟଣାର ମଧ୍ୟ ସେ ମାଷ୍ଟର ମାଇଣ୍ଡ ବୋଲି ଏସଟିଏଫ ସୂଚନା ଦେଇଛି ।