ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ପାଳଧୁଆପଲ୍ଲୀ ଗ୍ରାମ ବଡ଼ସାହିର ଶିବଙ୍କ ସହିତ ପୁରୁତା ଡାକ୍ତରଙ୍କ ବିବାଦ ଲାଗି ରହିଥିଲା । କାଜୁ ଜମିକୁ ନେଇ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା । ଏପରିକି ଡାକ୍ତର ଘରେ ଗଣ୍ଡଗୋଳ କରିବା ପତ୍ନୀଙ୍କୁ ମାଡ଼ ମାରୁଥିଲେ। ଫଳରେ ପତ୍ନୀ କିଛିଦିନ ହେଲା ତାଙ୍କର ବାପା ଘରକୁ ଚାଲି ଯାଇଛନ୍ତି । ଆଜି ଅପରାହ୍ଣରେ ଦାଦା ଶିବ କାଜୁ ଜଙ୍ଗଲକୁ ଯାଇଥିଲେ । କିଛି ସମୟରେ ପୁତୁରା ଡାକ୍ତର ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରୁ ଶିବ ଫେରୁଥିବା ବେଳେ ସାକିରି ଗ୍ରାମ ନିକଟସ୍ଥ ଦୁର୍ଗା ମନ୍ଦିରରେ ପୂର୍ବରୁ ଛକି ରହିଥିବା ପୁତୁରା ଡାକ୍ତର ତାଙ୍କୁ ଖଣ୍ଡାରେ ହାଣି ଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ବଶୁର ସଂଧ୍ୟା ୫ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବୋହୂ ଜୟନ୍ତୀ ତାଙ୍କୁ ଖୋଜିବାକୁ ଯାଇଥିଲେ । ସେ ଦୁର୍ଗା ମନ୍ଦିର ନିକଟରେ ଶ୍ବଶୁରଙ୍କୁ ରକ୍ତାକ୍ତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ସେଠାରେ ଥିବା ଡାକ୍ତର ତାଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲା । ଏହା ଦେଖି ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳରେ ଜୟନ୍ତୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ଡାକ୍ତର ଖଣ୍ଡା ଧରି ଘଟଣାସ୍ଥଳରେ ଏଣେତେଣେ ବୁଲାବୁଲି କରୁଥିବା ବେଳେ ପୋଲିସ ବଡ଼ କଷ୍ଟରେ ତାକୁ କାବୁ କରିଥିଲା । ପୁଲିସ ଡାକ୍ତରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।