କେବଳ କୁଲାଡ଼ ଗ୍ରାମରେ ଲୋକେ ଗୋଚର ଜମି ଗୁଡିକୁ ଜବରଦଖଲ ରେ ରଖିଛନ୍ତି ତାହାନୁହେଁ ଓଡିଶା ସରକାର ଭୂମି ସୁଧାର ଆଇନ 1972 ଅନୁସାରେ ସୂଚନା ଆଇନ ପ୍ରକାରେ ଭଞ୍ଜନଗର ଉପଖଣ୍ଡରେ ଥିବା 8 ଟି ବ୍ଲକ ଆସ୍କା,ଭଞ୍ଜନଗର, ସୋରଡ଼ା, ଧରାକୋଟ, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଶେରଗଡ଼, ବୁଗୁଡା ଏସବୁଠି 20 ହଜାର 500 ଏକର ଗୋଚର ଜମି ରହିଛି।ଏତେ ପରିମାଣରେ ଗୋଚର ଜମି ଥାଇ ମଧ୍ୟ ଆଜି ଘୁମିସରୀ ଗୋପାଳକ ମାନେ ନିଜ ଗାଈ ଗୋରୁଙ୍କୁ ଚାରଣ କରାଇ ପାରୁନାହାନ୍ତି।କାରଣ ସବୁଠି ଲୋକେ ବେଆଇନ ଭାବେ ଗୋଚର ଜମିକୁ ଜବର ଦଖଲ କରି କିଏ ପୋଖରୀ ଖୋଳି ମାଛ ଚାଷ କରୁଛି ତ କିଏ ଘର ତିଆରି କରି ରହୁଛି।ଭଞ୍ଜନଗର ଉପଖଣ୍ଡରେ ଥିବା ଗୋଚର ଜମିକୁ ଖୁବଶୀଘ୍ର ଚିହ୍ନଟ କରି ତିନି ମାସ ଭିତରେ ଫଳକ ଟାଙ୍ଗିବା ପାଇଁ ଘୁମୁସରି ଗୋ ପ୍ରଜାତି ବିକାଶ ଓ ସଂରକ୍ଷଣ ସୁରକ୍ଷା ସମିତି ପକ୍ଷରୁ ଉପ ଜିଲ୍ଲାପାଳଙ୍କୁ ଲିଖିତ ଦାବି ଜଣାଇଛନ୍ତି।
ଅଧିକ ପଢନ୍ତୁ: ଜବର ଦଖଲ କାରୀଙ୍କୁ ଉଛେଦ କରଯାଉଥିବା ନେଇ ଅସନ୍ତୋଷ ଦେଖିବାକୁ ମିଳିଛି
ଆଗାମୀ ଦିନରେ ଏହାର କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଘୁମୁସରୀ ଗୋ ପ୍ରଜାତି ବିକାଶ ସଂସ୍ଥା ର ଆବାହକ।