ଆଉ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ । ଛେଳିଟିକୁ ଛାଡିବା ବନ କର୍ମଚାରୀଙ୍କୁ ଛେଳି ଗୋଠ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଛେଳିଟିକୁ ଛାଡି ନଥିଲେ । ୩ଦିନ ହେଲାଣି ଛେଳିଟିକୁ ବନ କର୍ମଚାରୀ ଛେଳି ଗୋଠର ମାଲିକକୁ ଫେରାଉ ନଥିବା ବେଳେ ଛେଳିଟିକୁ ଖଲ୍ଲିକୋଟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମଟମ ରୁମରେ ବନ୍ଦି କରି ରଖିଛନ୍ତି । ଯହା ଏବେ ସ୍ତାନୀୟ ଅଞ୍ଚଳରେ ଅଲୋଚନାର ବିଷୟ ପାଲଟିଛି । ଜଙ୍ଗଲରୁ ବାରମ୍ବାର ମୁଲ୍ୟବାନ ଶାଗୁଆନ କାଠକୁ କାଠ ମାଫିଆ କାଟି ନେଉଥିବା ବେଳେ ଆଜି ଯାଏଁ କାଠ ମାଫିଆକୁ ଧରିବାରେ ସକ୍ଷମ ହୋଇ ପାରିନି ବନ ବିଭାଗ । କିନ୍ତୁ ଛେଳି ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ନେଇ ବନ୍ଦି କରି ପୋଷ୍ଟମଟମ ରୁମରେ ରଖିବା ଏକ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏବେ ଦେଖିବାକୁ ବାକି ରହିଲା ବନ ବିଭାଗ କେବେ ଛେଳିକୁ ଛେଳି ମାଲିକକୁ ଫରାଉଛି ।
ଡାଳ ଖାଇଲା ବୋଲି ବନ କର୍ମଚାରୀଙ୍କ କାର୍ଯ୍ୟାଳୟରେ ୩ ଦିନ ହେଲା ଛେଳି ଅଟକ

ଅର୍ଗସ ବ୍ୟୁରୋ : ଛେଳି ଡାଳ ଖାଇଲା ବୋଲି ୩ ଦିନ ହେଲା ଅଟକ ଅଛି ବନ କର୍ମଚାରୀଙ୍କ ଅଫିସରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଙ୍ଗଲରେ ଛେଳି ଚରୁଥିବା ବେଳେ ଛେଳି ଡାଳ ଖାଇଲା ବୋଲି ଛେଳି ନେଇଗଲେ ବନ କର୍ମଚାରୀ । ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଛେଳି ଚାଷୀ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ । କିନ୍ତୁ ଛେଳି ଚରିବା ବେଳେ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ । ଆଉ ଏଥିରେ ରାଗି ଯାଇ ସେଠାରେ ଗଛ ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଛେଳି ଗୋଠର ଗୋଟିଏ ଛେଳିକୁ ଅଟକ ରଖିଥିଲେ । ରାଗିଯାଇ ଛେଳି ଚରାଉଥିବା ଛେଳି ଗୋଠର ମାଲ୍ଲିକକୁ ଗାଳି ଗୁଲଜ କରିଥିଲେ ।
Download Argus News App
