ସଜେଇ ହୋଇଛି ପୁରା ସହର l ମାଙ୍କ ଲାଗି ସହର ମଝିରେ ପ୍ରସ୍ତୁତ ହୋଇଛି ଅସ୍ଥାୟୀ ମଣ୍ଡପ l ଏଠାରୁ ମା ଭକ୍ତ ଙ୍କୁ ଦେଉଛନ୍ତି ଦର୍ଶନ l ଭକ୍ତ ମା ପଞ୍ଚଠାକୁରାଣୀ ଙ୍କ ଦର୍ଶନ କରି ହେଉଛି ଭାବବିହ୍ୱଳ l ଆଉ ରାତିରେ ବଡ଼ପଟୁଆର ରେ ସହର ର ଗଳି କନ୍ଦି ବୁଲି ଭକ୍ତ ଙ୍କୁ ଦେଉଛନ୍ତି ଦର୍ଶନ l ଜିଲ୍ଲା ର ଅନେକ ସ୍ଥାନରେ ବର୍ତ୍ତମାନ ବିଭିନ୍ନ ଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବୁଗୁଡ଼ା ପଞ୍ଚଠାକୁରାଣୀ ଯାତ୍ରା ର ରହିଛି ସ୍ୱତନ୍ତ୍ର ପରିଚୟ l ଏଠି ଏକସାଥିରେ ପାଞ୍ଚ ଠାକୁରାଣୀ ତଥା ଢୁଙ୍କାପଡା ର ମା ମାମୁଦେଇ, ବୁଗୁଡ଼ା ଅଞ୍ଚଳର ବ୍ୟାଘ୍ରଦେବୀ, ମାଲିଝୋଳା, ନାରାୟଣୀ ଓ ବୁଢ଼ୀଠାକୁରାଣୀ ଙ୍କୁ ନେଇ ଯାତ୍ରା ଅନୁଷ୍ଠିତ ହୋଇଥାଏ l
ମା ପଞ୍ଚଠାକୁରାଣୀ ଙ୍କ ଏହି ଅଲୌକିକ ଯାତ୍ରା ସମୟରେ ରାଜ୍ୟର ବୁଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଛୁଟିଛି ସୁଅ l ମା ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ରହିଛି ବିଶ୍ୱାସ l ମା ପାଞ୍ଚ ଠାକୁରାଣୀ ଏହି ଯାତ୍ରା ସମୟରେ ପ୍ରତି ରାତ୍ରିରେ ସହର ର ଗଳିକନ୍ଦି ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଭକ୍ତ ମାଙ୍କ ଚରଣ ଧୋଇ ଆଶିଷ ଲାଭକରୁଥିବା କହିଛନ୍ତି ଭକ୍ତ l
ଅନ୍ୟପଟେ ମା ସହର ଭ୍ରମଣ ବେଳେ ହେଉଥିବା ପଟୁଆର ଲୋକଙ୍କୁ ଆକୃଷ୍ଟ କରୁଥିବା ବେଳେ ସହର ର ବିଭିନ୍ନ ଗଳି ରେ ଗଢିଉଠିଥିବା ବିଭିନ୍ନ କର୍ଷଣୀୟ ମେଢ଼, ଆଲୋକ ସଜା, ମୀନାବଜାର ଓ ଅପେରା ଲୋକଙ୍କ ମନୋରଞ୍ଜନ କୁ ଦୁଇଗୁଣିତ କରିଛି l
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: