ଏ ଚିତ୍ର ହିଁ ବୟାନ କରୁଛି ସ୍ମାର୍ଟ ସିଟିରେ ବିକାଶର ବାସ୍ତବ ଚିତ୍ର । ଭୁବନେଶ୍ୱର ବିଏମସି 19ନଂ ୱାର୍ଡ ଜିଜିପି କଲୋନୀର ଅସହାୟ ମହିଳା ଟିକିନା ରାଉତ। ସରକାରୀ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସ୍ଵପ୍ନ। ଦୀର୍ଘ 30 ବର୍ଷ ହେଲା ସ୍ଵାମୀ କେଉଁଆଡେ ଛାଡି ଚାଲିଯିବା ପରେ ଏକୁଟିଆ ରହୁଛନ୍ତି। ଫନି ବାତ୍ୟାରେ ରହୁଥିବା ଘର ଭାଙ୍ଗି ଯାଇଥିବାବେଳେ ବର୍ତ୍ତମାନ ଭଙ୍ଗା ଝୁମ୍ପୁଡିରେ ଦିନ କାଟୁଛନ୍ତି । ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରି ପରେ ବି ସରକାରୀ ବାବୁଙ୍କ କାନରେ ଟିକିନାଙ୍କ ଦୁଃଖ ପଡୁନାହିଁ ।
କେବଳ ରାସନ କାର୍ଡରେ ଚାଉଳ ଗଣ୍ଡେ ଛାଡିଦେଲେ ଟିକିନାଙ୍କୁ ଅନ୍ୟ କୌଣସି ସରକାରୀ ସହାୟତା ମିଳୁନାହିଁ । ଦୀର୍ଘ ବର୍ଷ ହେବ ଟିକିନା ଟ୍ୟୁମର ଓ ହୃଦ ଜନିତ ରୋଗରେ ଆକ୍ରାନ୍ତ ଅଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ଏଭଳି ପରିସ୍ଥିତିରେ ଟିକିନାଙ୍କୁ ସରକାରୀସ୍ତରରେ ସହାୟତା ଯୋଗାଇଦେବାକୁ ପଡୋଶୀ ମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ଯଦି ଟିକିନାଙ୍କୁ କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଚାହୁଁଥିବେ, ତେବେ ଦିଆଯାଇଥିବା ଆକାଉଣ୍ଟ ନମ୍ବରରେ ସହାୟତା ଦେଇପାରିବେ।
INDIAN BANK, JAGANNATH ROAD, KHORDHA
ଆକାଉଣ୍ଟ ନଂ- 6302392413
IFSC- IDIB000J053
ଫୋନ ନଂ- 9583163111... ଗୁଗୁଲ ପେରେ ମଧ୍ୟ ଏହି ନମ୍ବର ମାଧ୍ୟମରେ ସହାୟତା କରିପାରିବେ।