ଅର୍ଗସ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ । କଟକରେ ମୈଦାନକୁ ଓହ୍ଲାଇ କଂଗ୍ରେସ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି । ସାଲେପୁର ଜନସଭାରେ ଭାଷଣ ଆରମ୍ଭରୁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ୍ । ସେ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ନିଜ ସରକାର ଚଳାଇଛନ୍ତି ନବୀନ । ଓଡ଼ିଶାକୁ କେବଳ ପାଣ୍ଡିଆନ୍ ଦେଇଛନ୍ତି ନବୀନ।
ସରକାରରେ ଓଡ଼ିଶାରେ ଚାଷୀଙ୍କ ସମସ୍ୟା ବଢିଥିବାବେଳେ ରୋଜଗାର ନାହିଁ । ଚାରା ରୋପଣ ନାଁରେ ଓ ଖଣିରୁ କୋଟି କୋଟି
ଟଙ୍କା ଅର୍ଥ ହରିଲୁଟ୍ ହୋଇଛି ।
ସେହିପରି ଲୋକଙ୍କ ପାଇଁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ରାହୁଲ । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ, 500 ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ ମାଗଣା ବିଜୁଳି, ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଲକ୍ଷେ ଟଙ୍କା ଲେଖାଏଁ ପଠାଯିବ । ଏଥିସହ ଓଡ଼ିଶାର ପ୍ରତି ବେରୋଜଗାରଙ୍କୁ ବର୍ଷେ ପାଇଁ ଚାକିରି ଦେବାର ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ।
ତେବେ 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ, 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । କେନ୍ଦ୍ରୀୟ ନେତୃତ୍ବ ଇତିହାସର ସବୁଠୁ ୱିକ୍ ପଏଣ୍ଟରେ ଓଡ଼ିଶା ଥିବାରୁ ଭୋଟ ହାର ଆହୁରି ଖସି ଏକ ଅଙ୍କକୁ ଖସି ଆସିବା ଚର୍ଚ୍ଚା ହେଉଛି । ଏଭଳିସ୍ଥିତିରେ ରାହୁଲଙ୍କ ପ୍ରସଙ୍ଗ ଅପ୍ରାସଙ୍ଗିକ ହୋଇଯିବ କି ଓଡ଼ିଆଙ୍କ ପାଇଁ ? ତାକୁ ନେଇ ଉଠିଛି ପ୍ରଶ୍ନ ।